Advertisment

ସାବଧାନ ! ଏଣିକି ହେଲମେଟ୍‌ ଓ ଗାଡ଼ି କାଗଜପତ୍ର ଥିଲେ ବି ଦେବାକୁ ପଡ଼ିବ ଫାଇନ୍‌ !

ଏଣିକି ରାସ୍ତାରେ ହେଲମେଟ୍‌ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍‌ ପୋଲିସ କାଟିବ ଆପଣଙ୍କ ଫାଇନ୍‌। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ..

New Vehicle Rule

New Vehicle Rule

Advertisment

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି କାଗଜପତ୍ର ଥିଲେ ବି କଟିବ ଫାଇନ୍‌ । କିଛିଟା କାରଣ ପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ଜୋରିମାନା । ହୁଏତ ଏହି ଘଟଣା ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଗାଡ଼ିର ସବୁ କାଗଜପତ୍ର ଥିଲେ ଆମେ ଫାଇନ୍‌ କାହିଁକି ଦେବୁ? ତେବେ ଆସନ୍ତୁ ଜାଣିବା କାହିଁକି ଓ କେଉଁ କାରଣରୁ ଫାଇନ୍‌ କାଟିପାରିବେ ପୋଲିସ ।

Advertisment

ରାସ୍ତାରେ ଦୁର୍ଘଟଣା କମାଇବା ପାଇଁ ଦିନକୁ ଦିନ ନିୟମ କଡାକଡି ହେବାରେ ଲାଗିଛି । ତେଣୁ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆପଣମାନେ ନମାନିଲେ ଜୋରିମାନା କାଟିବ ପୋଲିସ । କେବଳ ଫାଇନ୍‌ କାଟିବ ତାହା ନୁହେଁ ବରଂ ଗାଡ଼ିଚାଳକଙ୍କ ଲାଇସେନ୍ସକୁ ମଧ୍ୟ ରବ୍ଦ କରିଦିଆଯାଇପାରେ । ତେଣୁ ଏହି ସବୁ ଦିଗ ଉପରେ ଧ୍ୟାନ ନଦେଲେ ଅଯଥାରେ ଆପଣ ଦେଇପାରନ୍ତି ଜୋରିମାନା ।

ମଟର ଭେଇକଲ ଆକ୍ଟ(ଏମ୍‌.ଭି.ଏ) ନିୟମ ଅନୁସାରେ, ଯଦି ଆପଣଙ୍କ ଗାଡ଼ି ଚେକିଂ ବେଳେ ଟ୍ରାଫିକ୍ ପୁଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ନାଁରେ ଚାଲାଣ କାଟିପାରିବ ପୋଲିସ । ୧୭୯ ଏମ୍‌ଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ୍‌ ପୋଲିସଙ୍କୁ ଅଧିକାର ଦିଆଯାଇଛି । ତେଣୁ ଚେକିଂ ବେଳେ ଦୁର୍ବ୍ୟବାହର ମହଙ୍ଗା ପଡ଼ିପାରେ । ଚେକିଂ ବେଳେ ଟ୍ରାଫିକ୍‌ ପୋଲିସ ସହ ଯୁକ୍ତିତର୍କ କଲେ ଏଣିକି ଆପଣଙ୍କୁ ଦେବାକୁ ପଡ଼ିପାରେ ଫାଇନ୍‌ । ଯଦି ଆପଣ କୌଣସି କାରଣରୁ ବି ଅଯଥାରେ ଟ୍ରାଫିକ୍‌ ପୋଲିସ ସହ ଯୁକ୍ତି ତର୍କ କରନ୍ତି ତେବେ ଦେବାକୁ ପଡ଼ିପାରେ ଫାଇନ୍‌।

Advertisment

ନୂଆ ଟ୍ରାଫିକ୍ ନିୟ ଅନୁସାରେ, ଯଦି ଆପଣ ହେଲମେଟ ପିନ୍ଧିଛନ୍ତି ଆଉ ଟ୍ରାଫିକ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି, ତେବେ ବି ଆପଣଙ୍କ ବିରୋଧରେ ଚାଲାଣ କଟିପାରେ । ଆପଣଙ୍କ ଚାଲାଣ କଟିଛି କି ନାହିଁ  ଜାଣିବା ପାଇଁ ଆପଣଙ୍କୁ https://echallan.parivahan.gov.in ୱେବସାଇଟକୁ ଯିବାକୁ ପଡ଼ିବ । ପେଜ୍‌ ଖୋଲିବା ପରେ ଚେକ୍‌ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆପଣଙ୍କୁ ଚାଲାଣ ନମ୍ବର, ଭେଇକିଲ୍‌ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଥିବ । ପରେ ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ ନାଁରେ ଜୋରିମାନା କଟିଛି କି ନାହିଁ।

ଚାଲାଣ ଭରିବାକୁ ହେଲେ ଆପଣଙ୍କୁ https://echallan.parivahan.gov.in/ ୱେବସାଇଟକୁ ଯିବାକୁ ହେବ। ପରେ ସେଠାରେ ଦିଆଯାଇଥିବା ଅପସନରେ କ୍ଲିକ କରିବା ପରେ ଜୋରିମାନ ଭରିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକୁ ଦିନ ଟ୍ରାଫିକ୍‌ ନିୟମରେ ଅନେକ ପରିବର୍ତ୍ତନ ହେଉଛି। ତେଣୁ ନିୟମ ନମାନିଲେ ଆପଣଙ୍କ ଉପରେ ବି ହୋଇପାରେ କାର୍ଯ୍ୟାନୁଷ୍ଠାନ ।

Advertisment
Special Story New Vehicle Rule
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ