Advertisment

ଦେଶର ବଦନାମ ଗଳି ସୋନାଗାଛି, ନାଁ ପଛର ରହସ୍ୟ

ଦେଶର ରେଡ୍ ଲାଇଟ୍ ଏରିଆ। ଯେଉଁଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର। ଏମିତି ଅଂଚଳ ଭିତରେ ଆଗରେ ରହିଛି ସୋନାଗାଛିର ନାଁ। ତେବେ କାହିଁକି ଏଠାରେ ହୋଇଥାଏ ଏମିତି କାମ। ଏହି ନାମଟି କେଉଁଠୁ କେମିତି ଆସିଲା? କିଏ ଦେଲା ଏମିତି ନାଁ?

ଅଦ୍ୟତନ ହୋଇଛି
sonagachhi

sonagachhi

Advertisment

ସୋନାଗାଛି ଖୁଲମଖୁଲା ଚାଲେ ଦେହ ବେପାର। ଆଜି ବି ଏହି ବ୍ୟବସାୟ ଉପରେ ବ୍ରେକ ଲଗାଇ ପାରିନି ଆଇନ। ସମାଜ ଯାହାକୁ ନୀଚ୍ଚ ଆଖିରେ ଦେଖେ ସେ ବ୍ୟବସାୟକୁ ଆଦରି ନେଇଛନ୍ତି ଏଠିକାର ଲକ୍ଷ ଲକ୍ଷ ଯୁବତୀ ଓ ମହିଳା । ଦେଶ ଭାରତ ନୁହେଁ, ଏସିଆର ସବୁଠାରୁ ବଡ଼ ରେଡ ଲାଇଟ ଏରିଆ ସୋନାଗାଛି । କୋଲକାତା ସହରର ବହୁଚର୍ଚ୍ଚିତ ଏହି ବସ୍ତିର ନାଁ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏମିତିକି ବହି ପଢିଲା ବେଳେ କେବେ କେବେ ଏଠିକାର କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ । ଏ ଏମିତି ଏକ ସ୍ଥାନ ଯେଉଁଠି ପ୍ରତି ଘରୁ ଶୁଣିବାକୁ ମିଳେ ଦେହ ଥରାଇଲା ଭଳି କାନ୍ଦ । ଆଉ ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କାହାଣୀ।

Advertisment

ସୋନାଗାଛି। ଯାହାର ଅର୍ଥ ବଙ୍ଗଳାରେ ସୁନାର ଗଛ। ରେଡ ଲାଇଟ ଏରିଆ ଭାବେ ଜଣାଶୁଣା ସୋନାଗାଛି ବସ୍ତିର ଅନେକ, ଦେହ ବ୍ୟବସାୟ କରି ଚଳିଥାନ୍ତି । ହାଓଡ଼ା ଷ୍ଟେସନରୁ ମାତ୍ର ୩ କିଲୋମିଟର ଗଲେ ପଡିଥାଏ ଏହି ବଦନାମ ଅନ୍ଧଗଳି । କୁହାଯାଏ ଦୀର୍ଘ ବର୍ଷ ତଳେ ସୁମିତ୍ରା ନାମକ ଜଣେ ମହିଳା ପ୍ରଥମେ ଏଠି କିଛି ଦେହଜୀବୀଙ୍କୁ ରଖି କୋଠି ଚଳାଉଥିଲା । ଅଂଚଳରେ ଏହି ବ୍ୟବସାୟୀ ଭଲ ଚାଲିବାରୁ ଧିରେ ଧିରେ ନୂଆ ଘର ତିଆରି ହେଲା । କୋଠରୀ ବଢ଼ିଲା ସାଙ୍ଗକୁ ବଢ଼ି ଚାଲିଲା ଦେହଜୀବୀ ଓ ଗ୍ରାହକଙ୍କ ସଂଖ୍ୟା । ତେବେ ସୋନାଗାଛି କିଭଳି ରେଡଲାଇଟ୍ ଏରିଆ ହେଲା ତାର ଇତିହାସ କାହା ପାଖରେ ସଠିକ ଭାବେ ନାହିଁ ।

କୁହାଯାଏ ସୋନାଗାଛିରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଓ ମହିଳା ପରିସ୍ଥିତିରେ ପଡି ଏଠାକୁ ଚାଲି ଆସିଥାନ୍ତି। ପ୍ରତି ଜୀବନ ପଛରେ ରହିଛି ଏକ ବାସ୍ତବ କାହାଣୀ । କେହି ଖୁସିରେ ନୁହେଁ, କେବଳ ପରିସ୍ଥିତିରେ ପଡ଼ି ଏଭଳି ଜୀବନ ଆପଣାଇ ନେଇଛନ୍ତି । ଯେଉଁଠାରୁ ଫେରିବା ଆଉ ସମ୍ଭବ ନୁହେଁ ବୋଲି କହିଥାନ୍ତି । ଅବଶ୍ୟ ସମୟ ବଦଳିବା ସହ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏମାନଙ୍କ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଉଦ୍ୟମ ଚଳାଇଛନ୍ତି । କେତେକ କ୍ଷେତ୍ରରେ ସେମାନେ ସଫଳ ହୋଇଛନ୍ତି ।

Advertisment

ଅନେକଙ୍କ ପାଇଁ ସୋନାଗାଛି ମନୋରଞ୍ଜନର ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ କାହା ପାଇଁ ଘନ ଅନ୍ଧକାର ବ୍ୟତୀତ ଅନ୍ୟ କିଛି ନୁହେଁ । ପ୍ରତିଦିନ ଏଠି ଟଙ୍କା ବଦଳରେ ସଉଦା ହୋଇଥାଏ ଦେହ ଆଉ ମନ । ଝିଅ ଜନ୍ମ ହେଉ ହେଉ ଏଠି ପାଲଟି ଯାଇଥାଏ ଦେହଜୀବୀ । ଦେହ ବିକିଲେ ଏଠି ଟଙ୍କା ମିଳେ ନହେଲେ ଉପାସରେ ରହିବାକୁ ହୋଇଥାଏ। ବେଳେବେଳେ ସହିବାକୁ ହୋଇଥାଏ ଅକଥନୀୟ ଅତ୍ୟାଚାର ଓ ନିର୍ଯ୍ୟାତନା । ବଦନାମ ଗଳି ସୋନାଗାଛିରେ ଏବେ ରହୁଛନ୍ତି ପ୍ରାୟ ୧୨ ହଜାରରୁ ଅଧିକ ଦେହ ବ୍ୟବସାୟୀ। ଦେହ ବିକିଲେ ଏଠାକାର ଝିଅ ପେଟକୁ ଦାନା ନେଉଥିବା ବେଳେ ଦେହ ନେବାକୁ ଆସିଥିବା ମଣିଷକୁ ଇଶ୍ୱର ବୋଲି ଭାବିଥାନ୍ତି ଏଠାକାର ମହିଳା ।

ସୋନାଗାଛିର ଦେହଜୀବୀ ଓ କୋଲକାତାର ଏହି ରେଡ ଲାଇଟ ଏରିଆ ଉପରେ ଏକ ଫିଲ୍ମ ମଧ୍ୟ ହୋଇଛି । Born Into Brothels ନାମକ ଏହି ଫିଲ୍ମକୁ ଓସ୍କାର ଆୱାର୍ଡ ମିଳିଛି । ଯେଉଁ ବୟସରେ ଛୋଟ ଝିଅମାନେ ମା’ ଓ ପରିଜନଙ୍କଠାରୁ ଦୁନିଆର ରୀତିନୀତି, ପରମ୍ପରା, ଲଜ୍ଜା, ଶିଷ୍ଟାଚାର ଆଦି ଶିଖିଥାନ୍ତି, ସେହି ବୟସରେ ସୋନାଗାଛିରେ ରହୁଥିବା ଝିଅମାନେ ନିଜକୁ କିଭଳି ବିକ୍ରି କରିବେ ସେହି ଶିକ୍ଷା ନେଇଥାନ୍ତି ବୋଲି କୁହାଯାଏ। ଲୋକଙ୍କ ସହ ଶାରୀରିକ ସଂପର୍କ ରଖିବାଠାରୁ ଆରମ୍ଭ କରି କିଭଳି ଲୋକମାନଙ୍କୁ ଖୁସି କରି ହେବ ତାହା ମଧ୍ୟ ଶିଖନ୍ତି। କହିବାକୁ ଗଲେ, ଖାଦ୍ୟ ପରଷିଲା ଭଳି ପୁରୁଷଙ୍କ ପାଖରେ ଯୁବତୀଙ୍କୁ ପରଷା ଯାଇଥାଏ।

Advertisment

ଦେହଜୀବୀମାନଙ୍କ କୋଠିକୁ ନେଇ ଲୋକଙ୍କ ମନରେ ଅନେକ ଭାବନା ଆସେ। ବହୁ ପୂର୍ବରୁ ସୋନାଗାଛିରେ କେବଳ ନାଚ ଗୀତ ହେଉଥିଲା ବୋଲି ଅନେକ କହିଥାନ୍ତି। କିନ୍ତୁ ସମୟ ବଦଳିବ ସହ ଏହି ସ୍ଥାନଟି ପାଲଟି ଯାଇଛି ଦୁନିଆର ବଦନାମ ଗଳି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ