Advertisment

ମହାରାଷ୍ଟ୍ରରେ ଅଖ ଚକ ସବୁ ବନ୍ଦ

ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଅଦ୍ୟତନ ହୋଇଛି
maharashtra-band

maharashtra-band

Advertisment

ଲକ୍ଷ୍ୱୌ: ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ସମୟରେ କେବଳ ଜରୁରୀ ତଥା ଅତ୍ୟାବଶ୍ୟକ ସେବା ଯେମିତିକି ଆମ୍ୱୁଲାନ୍ସ  ଓ ଚିକିତ୍ସାଳୟ ଆଦିର ସେବାକୁ ବାଦ୍‌ ଦେଇ ଏହି ବନ୍ଦ ଡାକରା ଦିଆଯାଇଛି ।

Advertisment

ଏହି ବନ୍ଦ ଡାକରାକୁ କଂଗ୍ରେସ ଓ ଏନସିପି ମଧ୍ୟ ସମର୍ଥନ କରିଛନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ ବୈଠକରେ ପ୍ରଥମେ କୃଷକଙ୍କ ମୃତ୍ୟକୁ ନେଇ ଶୋକ ପ୍ରକାଶ କରାଯାଇଥିଲା । ଏହା ପରେ ବନ୍ଦ ଡାକରା ଦିଆଯାଇଥିଲା । ମହାରାଷ୍ଟ୍ର ବନ୍ଦ ବେଳେ କୁ ହିଁ ଅନୁମତି ଦିଆଯାଇଥିବାବେଳେ ଅନ୍ୟ କୌଣସି ସେବାକୁ ଅନୁମତି ଦିଆଯଆଇ ନାହିଁ । ଏହି ବନ୍ଦ ଡକରାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ମହାରାଷ୍ଟ୍ରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

Advertisment

ମହାରାଷ୍ଟ୍ରର କୃଷକଙ୍କୁ ଅଣଦେଖା କରି ଉତ୍ତରପ୍ରଦେଶ ମାମଲାକୁ ଗମ୍ଭୀରତାର ସହ ନେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ସରକାରର ବନ୍ଦ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏପରିକି ଫେଡେରେସନ ଅଫ୍ ରିଟେଲ ଟ୍ରେଡର୍ସ ୱେଲଫେର ଆସୋସିଏସନ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ବନ୍ଦ ଡାକରା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । କରୋନା କାଳରେ ବେପାର ଉଜୁଡ଼ି ଯାଇଥିବା ବେଳେ ଏବେ ବନ୍ଦର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ବୋଲି ଏକ ବିବୃତ୍ତି ମାଧ୍ୟମରେ କହିଛନ୍ତି ।ମହାରାଷ୍ଟ୍ର ବନ୍ଦକୁ ଦୃଷ୍ଟିରେ ରଖି ମୁମ୍ବାଇରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ସହରରେ ତିନି କମ୍ପାନୀ ଏସ୍ଆର୍ପିଏଫ୍, ୫ଶହ ହୋମ୍ ଗାର୍ଡ ନିୟୋଜିତ କରାଯାଇଛି ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୩ ତାରିଖରେ ରେ ଲଖୀମ୍‌ପୁର ଖେରୀରେ ଚାରି ଜଣ କୃଷକଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ଜନତା ପାର୍ଟିର କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ତାଙ୍କ ଗାଡି ଦ୍ୱାରା ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାଟିରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଉପରେ ଅଭିଯୋଗ କରାଯାଇଥିଲେ । ଯାହା ପରେ ୟୁପି ପୋଲିସ୍‌ ପକ୍ଷରୁ ଆଶିଶ୍ର ମଶାଙ୍କୁ ଗିରଫ କରାଯାଇଥିଲା ।

Advertisment
Maharashtra Protests Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ