Advertisment

ଚର୍ଚ୍ଚାରେ ଭାରତୀୟ ଅଧିକାରୀ ସ୍ନେହା ଦୁବେ,ମିଳିତ ଜାତିସଂଘରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍‌ ନେଲେ

ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ।

ଅଦ୍ୟତନ ହୋଇଛି
Sneha Dubey

Sneha Dubey

Advertisment

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଅଧିବେଶନରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଲା ଭାରତ। ପାକିସ୍ତାନ ଆତଙ୍କବାଦର ପୃଷ୍ଠପୋଷକ ବୋଲି ଭାରତ କହିଛି। ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ। ତାଙ୍କର ଏହି ଜବାବ ତାଙ୍କୁ ଏବେ ଚର୍ଚ୍ଚାର ପରିସରକୁ ଆଣିଛି। ସୋସିଆଲ ମିଡିଆରେ ତାଙ୍କର ଭାଷଣକୁ ୟୁଜର୍ସ ଶେଆର କରିବାରେ ଲାଗିଛନ୍ତି।

Advertisment

ବିଶ୍ୱ ଦରବାରରେ ଆଇଏଫଏସ ଅଧିକାରୀ ସ୍ନେହା ଦୁବେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ଇମ୍ରାନ ଖାନ୍‌ଙ୍କୁ ଭର୍ତ୍ସନା କରି ସେ କହିଥିଲେ, ‘ଏହା ପ୍ରଥମ ଘଟଣା ନୁହେଁ ଯେ, ଜଣେ ପାକ୍ ନେତା ଜାତିସଂଘ ପ୍ଲାଟ୍‌ଫର୍ମ ବ୍ୟବହାର କରି ମୋ ଦେଶ ବିରୋଧରେ ମିଥ୍ୟା ଏବଂ ଭୁଲ୍‌ ପ୍ରଚାର କରୁଛନ୍ତି। ପାକିସ୍ତାନ ଆତଙ୍କବାଦର ପୃଷ୍ଠପୋଷକ। ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ପାକିସ୍ତାନରେ ଆଶ୍ରୟ ମିଳିଥିଲା। ସେମାନେ ତା’କୁ ସହିଦର ମାନ୍ୟତା ଦେଉଛନ୍ତି। ଏଥିପାଇଁ ପାକିସ୍ତାନ ନିଜ ଦେଶରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି, ଫଳରେ ସେ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକୁ କ୍ଷତି ପହଞ୍ଚାଇ ପାରିବ। ସ୍ନେହା ଦୁବେ ସମାଲୋଚନା କରି କହିଥିଲେ, ଆମେ ଶୁଣିବାକୁ ପାଉଛି ଯେ, ପାକିସ୍ତାନ ଆତଙ୍କବାଦର ଶିକାର ହୋଇଛି। ’

Advertisment

ସେ ଆହୁରି କହିଥିଲେ, ଅନେକ ଦେଶ ଜାଣନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ଏହାକୁ ସମର୍ଥନ କରୁଛି। ଏହା ସେମାନଙ୍କର ଏକ ନୀତି। ଆତଙ୍କବାଦୀଙ୍କୁ ସମର୍ଥନ କରିବା, ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଆର୍ଥିକ ସହାୟତା ଯୋଗାଇବା ଭାବେ ପାକିସ୍ତାନକୁ ଏକ ପରିଚୟ ମିଳିଛି। 

Advertisment

କିଏ ଏହି ସ୍ନେହା ଦୁବେ ? ଯାହାଙ୍କୁ ନେଇ ବେଶ୍‌ ଚର୍ଚ୍ଚା...

୨୦୧୨ ଆଇଏଫ୍‌ଏସ୍‌ ବ୍ୟାଚ୍‌ର ଅଧିକାରୀ ସ୍ନେହା ଦୁବେଙ୍କ ଜନ୍ମ ଝାଡ଼ଖଣ୍ଡର ଜାମସେଦପୁରରେ। ସେଠାରେ ତାଙ୍କ ବାପା ଜେପି ଦୁବେ ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ହେଲେ ୨୦୦୦ରେ ହଠାତ୍‌ କମ୍ପାନୀ ବନ୍ଦ ହୋଇଯିବା ପରେ ସେହ୍ନା ଦୁବେଙ୍କ ପରିବାର ଗୋଆ ଚାଲି ଯାଇଥିଲେ। ସେଠାରେ ତାଙ୍କ ବାପାଙ୍କୁ ଅନ୍ୟ ଏକ କମ୍ପାନୀରେ ଚାକିରି ମିଳିଥିଲା। ସେହ୍ନା ଦୁବେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗୋଆରେ ହଁ କରିଥିଲେ। ତାଙ୍କ ମା’ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ। ସ୍ନେହା ଦୁବେ ହେଉଛନ୍ତି ୨୦୧୨ ଆଇଏଫ୍‌ଏସ୍‌ ବ୍ୟାଚ୍‌ର ଅଧିକାରୀ। ସେ ପ୍ରଥମ ପ୍ରୟାସରେ ହିଁ UPSC କ୍ଲିୟର କରିଥିଲେ। ଆଇଏଫ୍‌ଏସ୍‌ ହେବା ପରେ ସେ ପ୍ରଥମେ ବୈଦେଶିକ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଥିଲେ। ୨୦୧୪ରେ ସେ ମାଦ୍ରିଦରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସ୍ନେହା ଗୋଆରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପୁଣେର ଫର୍ଗୁସନ କଲେଜରୁ ଗ୍ରାଜୁଏସନ କରିଥିଲେ। ଜେଏନ୍‌ୟୁରେ ସେ MA ଓ M.Phil କରିଥିଲେ। 

Pakistan Prime Minister Imran Khan UN General Assembly Sneha Dubey First Secretary Sneha Dubey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ