Advertisment

ମେ’ରେ ମର୍ଡର, ଅକ୍ଟୋବରରେ ଖଣ୍ଡ ଶରୀରକୁ ଫିଙ୍ଗିବାକୁ ନେଇଥିଲା ଅଫତାବ୍‌ ! ସାମ୍ନାକୁ ଆସିଲା CCTV ଫୁଟେଜ୍‌...

ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍‌ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍‌ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।

ଅଦ୍ୟତନ ହୋଇଛି
Shraddha Murder Case

Shraddha murder case

Advertisment

ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍‌ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍‌ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା। ସିସିଟିଭି ଫୁଟେଜ୍‌ରେ ଏହା କଏଦ ହୋଇଛି। ଦେଖିବାକୁ ମିଳିଛି ଯେ, ଅଫତାବ୍‌ ଭୋର ୩ଟାରୁ ୪ଟା ସମୟ ମଧ୍ୟରେ ହାତରେ ବ୍ୟାଗ୍‌ ଧରି ଚାଲି ଚାଲି ଯାଉଛି। ଏଥିରେ ଶ୍ରଦ୍ଧାଙ୍କ ଖଣ୍ଡ ଶରୀରର ନେଇ ସେ ବାହାରକୁ ଫିଙ୍ଗିବାକୁ ଯାଉଥିବା କୁହାଯାଉଛି। 

Advertisment

ଅଧିକ ପଢ଼ନ୍ତୁ: ‘ରାତିରେ ଅଫତାବ୍‌ ପାଖକୁ ଆସୁଥିଲେ ଗ୍ରାହକ, ଯେତେବେଳେ ସେ ଘରେ ରହୁ ନଥିଲା...’

ଏନେଇ ଅଫତାବ୍‌କୁ ପୋଲିସ୍‌ ପଚରାଉଚରା କରିବାରୁ ସେ ଏହାକୁ ସ୍ୱୀକାର କରିବା ସହ ପାର୍ଟନରଙ୍କ ଖଣ୍ଡ ଶରୀରକୁ ଫିଙ୍ଗିବା ପାଇଁ ଯାଉଥିଲା ବୋଲି କହିଛି। ଏହି ସିସିଟିଭି ଫୁଟେଜ୍‌ ଅକ୍ଟୋବର ୧୮ ତାରିଖର ବୋଲି ଜଣାପଡ଼ିଛି। ପୋଲିସ୍‌ ଏହି ଫୁଟେଜ୍‌ ଓ DVRକୁ ଜବତ କରିଛି। ଅଫତାବ୍‌ ରହୁଥିବା ଘରଠୁ ମୁଖ୍ୟ ରାସ୍ତା ପ୍ରାୟ ୫୦୦ ମିଟର ଦୂର। ରାସ୍ତର ଗୋଟିଏ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଛି। ଅଫତାବ୍‌ କହିଛି ଯେ, ଗତ ମେ’ରେ ସେ ମୃତଦେହର କିଛି ଅଂଶ ଜଙ୍ଗଲରେ ଫିଙ୍ଗି ଥିଲା। ତେବେ ମୁଣ୍ଡ, ତଣ୍ଟି ଓ ହାତ ଆଙ୍ଗୁଠିକୁ ଫ୍ରିଜ୍‌ରେ ରଖିଥିଲା ଓ ପରେ ଏହାକୁ ଅନ୍ୟତ୍ର ଫିଙ୍ଗିବାକୁ ଯୋଜନା କରିଥିଲା। 

Advertisment

ଗୁରଗାଓଁରେ ଏକ କଲ୍‌ ସେଣ୍ଟରରେ ଚାକିରି ପାଇବା ପରେ ଅଫତାବ୍‌ ରାତି ଶିଫ୍ଟରେ କାମ କରୁଥିଲା। ତେଣୁ ଅଫିସ୍‌ରୁ ଫେରିବା ପରେ ସେ ସକାଳେ ଶୋଉଥିଲା। ଅପରାହ୍ଣରେ ଉଠିବା ପରେ କିଛି ଝିଅ ବନ୍ଧୁ ତା’ ଘରକୁ ଆସୁଥିଲେ ଓ ସେମାନଙ୍କ ସହ ମିଶି ସେ ଧୂମ୍ରପାନ କରୁଥିଲା। ଫଳରେ ମୃତ ଶରୀରର ବାକି ଅଂଶ ଫିଙ୍ଗିବାରେ ଅସୁବିଧା ହେଉଥିଲା ବୋଲି ଅଫତାବ୍‌ କହିଛି। 

Advertisment

ଅଭିଯୁକ୍ତ ଅଫତାବ୍ର ଫ୍ଲାଟରୁ ମାରଣାସ୍ତ୍ର ପୋଲିସ ଜବତ କରିଛି। ଆଶଙ୍କା କରାଯାଉଛି, ଏହି ଧାରୁଆ ଅସ୍ତ୍ରରେ ହିଁ ଅଫତାବ୍ ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଥାଇପାରେ। ପ୍ରଥମେ ଭୁଆଁ ବୁଲାଉଥିବା  ଅଫତାବ୍ ଏବେ ପୋଲିସ୍‌କୁ ସହଯୋଗ କରୁଥିବା ସୂଚନା ମିଳିଛି। ସେପଟେ ଶ୍ରଦ୍ଧା ଓ ଅଫତାବ୍‌ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍‌ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍‌ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍‌ ମାର୍‌ପିଟ୍‌ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି। ସେ କହିଛନ୍ତି, ଥରେ ଅଫତାବ୍‌ ମାର୍‌ପିଟ୍‌ କରିବା ପରେ ଶ୍ରଦ୍ଧା ସହାୟତା ଲୋଡ଼ିଥିଲା। ଗଡୱିନ୍ ଆହୁରି କହିଛନ୍ତି ଯେ, ୨୦୨୦ ନଭେମ୍ବରରେ ଅଫତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲା। ଏହାପରେ ଶ୍ରଦ୍ଧା ଅଫିସ୍‌କୁ ଫୋନ୍‌ କରି ସହାୟତା ମାଗିଥିଲେ। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ