Advertisment

ଶ୍ରଦ୍ଧାଙ୍କ ହ୍ୱାଟ୍ସଆପ୍ ଚାଟ୍‌ରେ ଖୁଲାସା...‘ଅଫତାବ୍‌ ମତେ ଏତେ ମାରିଛି ଯେ ମୁଁ ଖଟରୁ ଉଠି ପାରୁନି’

ଶ୍ରଦ୍ଧାଙ୍କର ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍‌ ଚାଟ୍‌ ଏବେ ସାମ୍ନାକୁ ଆସିଛି । ଯାହା ସ୍ପଷ୍ଟ କରୁଛି ଯେ ଅଫତାବ୍‌ କିପରି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ।

ଅଦ୍ୟତନ ହୋଇଛି
Sradha Murder Case

Sradha Murder Case

Advertisment

ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ୍‌ର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ନିର୍ଯାତନା ଦେଉଥିଲା ନୃଶଂସ ପ୍ରେମିକ ଅଫତାବ୍‌ । ୨ ବର୍ଷର ପ୍ରେମ ସମ୍ପର୍କରେ ଭଲପାଇବା ବଦଳରେ କଷ୍ଟ ଦେଉଥିଲା ଅଫତାବ । ଯାହାର ଗୋଟିଏ ପରେ ଗୋଟିଏ ପ୍ରମାଣ ଏବେ ସମସ୍ତଙ୍କ ସାମ୍ନାକୁ ଆସିବାରେ ଲାଗିଛି । ଶ୍ରଦ୍ଧାଙ୍କର ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍‌ ଚାଟ୍‌ ଏବେ ସାମ୍ନାକୁ ଆସିଛି । ଯାହା ସ୍ପଷ୍ଟ କରୁଛି ଯେ ଅଫତାବ୍‌ କିପରି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା । ଆଜି ଶ୍ରଦ୍ଧାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଶ୍ରଦ୍ଧାଙ୍କୁ ମାର୍‌ପିଟ୍‌ କରାଯାଇଥିବାର ଦେଖିବାକୁ ମିଳିଛି । ଫଟୋରେ ଶ୍ରଦ୍ଧାଙ୍କ ମୁହଁରେ କିଛି କ୍ଷତ ଚିହ୍ନ ମଧ୍ୟ ରହିଛି।

Advertisment

ବର୍ତ୍ତମାନ ଯେଉଁ ହ୍ୱାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି, ତାହା ଶ୍ରଦ୍ଧା ଓ ତାଙ୍କ ପୂର୍ବ ଟିମ୍‌ ଲିଡର୍‌ କିରଣ ଭକ୍କିଙ୍କ ମଧ୍ୟରେ ହୋଇଥିବା ଆଲୋଚନାର । ଏହି ଚାଟ୍‌ ୨୪ ନଭେମ୍ବର ୨୦୨୦ ର । ଏହି ଚାଟ୍‌ରେ ଶ୍ରଦ୍ଧା ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ, ଅଫତାବ୍‌ ତାଙ୍କୁ ମାର୍‌ପିଟ୍‌ କରିଥିବାରୁ ତାଙ୍କ ଦେହ ଖରାପ ଅଛି ।

ହ୍ୱାଟ୍ସଆପ୍‌ ଚାଟ୍‌ରେ ଶ୍ରଦ୍ଧା ଟିମ୍‌ ଲିଡର୍‌ଙ୍କୁ କହୁଛନ୍ତି ଯେ, ‘ମୁଁ ଆଜି କାମ କରିପାରିବି ନାହିଁ । କାରଣ ମତେ ଅଫତାବ୍‌ ବହୁତ ମାର୍‌ପିଟ୍‌ କରିଛି, ଯାହା ଫଳରେ ମୋ ଶରୀର ଦରଜ ହେଉଛି ଓ ମୋ ବ୍ଲଡ୍‌ ପ୍ରେସର୍‌ ବଢ଼ିଯାଇଛି । ମୋ ପାଖରେ ଏବେ ବଳ ବି ନାହିଁ କି ମୁଁ ଉଠିକି ବସି ପାରିବି। ମୁଁ ଆଜି କାମକୁ ନଯାଇ ପାରିବାରୁ ଭୁଲ୍‌ ମାଗୁଛି’ ।

Advertisment
Sradha Murder CaseSradha Whatsapp Chat

ସୂଚନା ଅନୁସାରେ, ସାମ୍ନାକୁ ଆସିଥିବା ଶ୍ରଦ୍ଧାଙ୍କ ଏହି ଫଟୋ ୨୦୨୦ ମସିହାର ବୋଲି ଜଣାପଡ଼ିଛି। ସେହି ସମୟରେ ଅଫତାବ୍‌, ଶ୍ରଦ୍ଧାଙ୍କୁ ମାର୍‌ପିଟ୍‌ କରିଥିଲା। ଏହାପରେ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍‌ରେ ଶ୍ରଦ୍ଧାଙ୍କ ଚିକିତ୍ସା ଚାଲିଥିଲା। ଏହି ଅଭିଯୋଗ ଶ୍ରଦ୍ଧାଙ୍କ ସାଙ୍ଗମାନେ ଆଣିଥିଲେ। ବର୍ତ୍ତମାନ ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି, ଶ୍ରଦ୍ଧାଙ୍କ ମୁହଁରେ କିଛି କ୍ଷତ ଚିହ୍ନ ରହିଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, କିଭଳି ଭାବେ ଅଫତାବ୍‌ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା। ଶ୍ରଦ୍ଧା ମଧ୍ୟ କିପରି ଭାବେ ଏତେଦିନ ଧରି ଏହି ନିର୍ଯାତନା ସହୁଥିଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶ୍ରଦ୍ଧାଙ୍କ ସହ ଝଗଡ଼ା କରୁଥିଲା ଅଫତାବ୍‌...

ଶ୍ରଦ୍ଧା ମର୍ଡର କେସ୍‌ରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ପୋଲିସ୍‌ର ଛାନ୍‌ଭିନ୍‌ ଜାରି ରହିଛି। ମୁମ୍ବାଇରେ ଭଡ଼ାରେ ଫ୍ଲାଟ୍‌ ନେବା ବେଳେ ଅଫତାବ୍‌ ଓ ଶ୍ରଦ୍ଧା ନିଜକୁ ସ୍ୱାମୀ-ସ୍ତ୍ରୀ କହି ଏଗ୍ରିମେଣ୍ଟ କରିଥିଲେ। ଫ୍ଲାଟ୍‌ ମାଲିକଙ୍କ କହିବା ଅନୁସାରେ, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା। ଏପରିକି ଉଭୟ ବିଲ୍ଡିଂ ବାହାରେ ମଧ୍ୟ ଝଗଡ଼ା କରୁଥିଲେ। ଏସମ୍ପର୍କରେ ସୋସାଇଟି ଲୋକ ମଧ୍ୟ ଅବଗତ ଥିଲେ।

Advertisment

ଘରେ ପ୍ରମାଣ ଖୋଜୁଛି ପୋଲିସ୍‌...

ଏସବୁ ଭିତରେ ଶ୍ରଦ୍ଧା ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଦିଲ୍ଲୀ ପୋଲିସ୍‌ର ଅନେକ ଟିମ୍‌ ଲାଗିଛନ୍ତି। ଜଙ୍ଗଲ ସହ ଘରେ ମଧ୍ୟ ତଲାସ କରାଯାଉଛି। ଏଥିପାଇଁ ଫରେନସିକ୍‌ ଟିମ୍‌ ମଧ୍ୟ ଘରେ ଛାନ୍‌ଭିନ୍‌ କରିଛି। ଯେଉଁ ବାଥରୁମ୍‌ରେ ଶ୍ରଦ୍ଧାଙ୍କ ମୃତଦେହକୁ ପିସ୍‌ ପିସ୍‌ କରାଯାଇଥିଲା, ସେଠାରୁ କିଛି ମିଳି ନାହିଁ। ହେଲେ ରୋଷେଇ ଘରେ ରକ୍ତର କିଛି ଡବା ମିଳିଛି। ଅଫତାବ୍‌ର ଘର ଛାନ୍‌ଭିନ୍‌ ବେଳେ ରୋଷେଇ ଘରେ ଗ୍ୟାସ୍‌ ସିଲିଣ୍ଡର ରଖାଯିବା ସ୍ଥାନରେ ରକ୍ତଛିଟା ମିଳିଛି। ତେଣୁ ଘରେ ଆଉ କିଛି ପ୍ରମାଣ ମିଳିପାରେ ବୋଲି ପୋଲିସ୍‌ ଆଶଙ୍କା କରୁଛି।

ସେପଟେ ପୋଲିସ୍‌ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି ଅଫତାବ୍‌। ଏହାସହ ନିଜର ଅଭ୍ୟାସ ସମ୍ପର୍କରେ ମଧ୍ୟ ବଡ଼ ଖୁଲାସା କରିଛି। ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, ଅଫତାବ୍‌ ଜେରା ବେଳେ କହିଛି ଯେ, ଗଞ୍ଜେଇ ସମେତ ଅନ୍ୟ ନିଶାଦ୍ରବ୍ୟ ସେ ସେବନ କରନ୍ତି। ସବୁବେଳେ ଗଞ୍ଜେଇ ଟାଣୁ ଥିବାରୁ ଶ୍ରଦ୍ଧା ତାଙ୍କୁ ଗାଳି କରୁଥିଲେ।

Murder Whatsapp Chat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ