Advertisment

କୋଲକତା ଅଭୟା କାଣ୍ଡ ! ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଭିଡିଓ...

ମୃତଦେହ ମିଳିଥିବା ସେମିନାର ହଲ୍‌ରେ ବାହାର ଲୋକଙ୍କୁ ପଶିବାକୁ କାହିଁକି ଅନୁମତି ଦେଇଥିଲା ପୋଲିସ। ଘଟଣା ସ୍ଥଳରେ ଡାକ୍ତର, ପୋଲିସ, ଓକିଲ କାହିଁକି ଏକାଠି ହୋଇଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ଏହା ଯୋଜନା ପ୍ରସୂତ ଥିଲା କି ବୋଲି ଅମିତ ପ୍ରଶ୍ନ କରିଛନ୍ତି।

ଅଦ୍ୟତନ ହୋଇଛି
Kolkata Crime

Kolkata Crime

Advertisment

କୋଲକତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଭିଡିଓ। ଯେଉଁଥିରେ କ୍ରାଇମ ସ୍ପଟ୍ ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲର ସେମିନାର ରୁମ୍ ଆଗରେ ଜମିଛି ଭିଡ। ବିଜେପି ଆଇଟି ବିଭାଗ କୋ-ଇନ୍ ଚାର୍ଜ ଅମିତ ମାଲବ୍ୟ ଏକ ଭିଡିଓ ଟୁଇଟ୍ କରି ପ୍ରଶ୍ନ ଉଠାଇଛନ୍ତି।

Advertisment

ମୃତଦେହ ମିଳିଥିବା ସେମିନାର ହଲ୍‌ରେ ବାହାର ଲୋକଙ୍କୁ ପଶିବାକୁ କାହିଁକି ଅନୁମତି ଦେଇଥିଲା ପୋଲିସ। ଘଟଣା ସ୍ଥଳରେ ଡାକ୍ତର, ପୋଲିସ, ଓକିଲ କାହିଁକି ଏକାଠି ହୋଇଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ଏହା ଯୋଜନା ପ୍ରସୂତ ଥିଲା କି ବୋଲି ଅମିତ ପ୍ରଶ୍ନ କରିଛନ୍ତି।

କ୍ରାଇମ ସ୍ପଟରେ ଆରଜି କର ଆଉଟପୋଷ୍ଟର ଓସି ସଞ୍ଜୀବ ଚଟ୍ଟୋପଧ୍ୟାୟ, ଆଇନଜୀବୀ ସାନ୍ତନୁ ଦେ, ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପିଏ ଫରେନ୍ସିକ୍ ଡାକ୍ତର ଦେବାଶିଷ ସୋମ୍ ପ୍ରମୁଖ ଭିଡିଓରେ ନଜର ଆସୁଥିବା ବେଳେ ଏମାନେ ସବୁ କାହିଁକି ଏଠାରେ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅମିତ। କୋଲକାତା ପୋଲିସ ସେଠାରେ ଉପସ୍ଥିତ ରହିଥିଲେ ମଧ୍ୟ ଭିଡକୁ କାହିଁକି ରୋକିଲାନି ? ଏହା ପଛରେ କଣ ଏଜେଣ୍ଡା ରହିଛି ବୋଲି ପ୍ରଶ୍ନ କରିଛନ୍ତି ଅମିତ ମାଲବ୍ୟ।

Advertisment

ଅନ୍ୟପଟେ ମମତାଙ୍କ ଗଡ଼ରେ ହେବ ମହା ବିକ୍ଷୋଭ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନ। ଆସନ୍ତାକାଲି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ 'ନବାନ୍ନ' ଘେରାଉ କରିବେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ। ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭର ଡାକରା ଦିଆଯାଇଛି।

Advertisment

ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ। ଯାହାର ପ୍ରଭାବ ଏବେଠୁ ଦେଖା ଦେଲାଣି। କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଗଲାଣି। ଏହାର ସିଧା ପ୍ରଭାବ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ଉପରେ ପଡ଼ିଛି। କାରଣ କୋଲକାତାରୁ ରାତିରେ ଓଡ଼ିଶାକୁ ବସ୍ ଯାଉଛି ଏବଂ ସକାଳେ ଓଡ଼ିଶା ପଟୁ ବସ୍ ଆସିବ। ଟ୍ରାଫିକ ଜାମ୍ ହେବା ଫଳରେ ଲୋକେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ