Advertisment

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ

ନିଆଁରେ ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି ।

Seven members of migrant bihari family burnt to death due to fire in slum in Ludhiana punjab

Seven members of migrant bihari family burnt to death due to fire in slum in Ludhiana punjab

Advertisment

ନିଆଁରେ ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଦାଦନ ଶ୍ରମିକ ହୋଇଥିବା ଜଣାପଡିଛି ।

Advertisment

ଲୁଧିଆନା ଇଷ୍ଟ ଆସିଷ୍ଟାଣ୍ଟ ପୋଲିସ କମିଶନର ସୁରିନ୍ଦର ସିଂହଙ୍କ ସୂଚନା ଅନୁସାରେ, ମୃତକ ଦାଦନ ଶ୍ରମିକମାନେ ଟିବା ରୋଡ଼ରେ ଅଳିଆ ଗଦା ପାଖରେ ଥିବା ଗୋଟିଏ କୁଡିଆରେ ଶୋଇଥିଲେ । ଆଜି ଭୋରରୁ କୌଣସି କାରଣରୁ ତାଙ୍କ କୁଡିଆରେ ନିଆଁ ଲାଗି ଜଳି ଯାଇଥିଲା । ଯାହା କାରଣରୁ ଶୋଇଥିବା ଅବସ୍ଥାରେ ପୋଡ଼ି ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

ଏନେଇ ସୁରିନ୍ଦର ସିଂହ କହିଛନ୍ତି ଯେ, ‘ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସିଭିଲ୍ ହସ୍ପିଟାଲର ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡିସି ସୁରବି ମଲିକ ଏବଂ ପୋଲିସ କମିଶନର କୋସ୍ତବ ଶର୍ମା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ମୃତ ଦେହ ଜବତ କରିବାଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରଣ କରିଛି । ଘଟଣା ସ୍ଥଳରେ ଫରେନ୍ସିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।’

Advertisment

ତେବେ ସମସ୍ତେ ଶୋଇଥିବା ଅବସ୍ଥଆରେ ଜାଣିଶୁଣି କିଏ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି ।

Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ