ଲକ୍ଷ୍ନୌ: ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ ହୋଇଛି। ଆଜି ସକାଳେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ବହୁ ବର୍ଷ ଧରି ସେ ଲକ୍ଷ୍ନୌର NDTV ବ୍ୟୁରୋ ଚିଫ୍ ଥିଲେ। NDTVରେ ପ୍ରାୟ ୩ ଦଶନ୍ଧି ଧରି ସେ କାମ କରିଥିଲେ।
ଉତ୍ତର ପ୍ରଦେଶର ରାଜନୀତି ସହ ହ୍ୟୁମାନ ଇଣ୍ଟରେଷ୍ଟ ଷ୍ଟୋରି ଥିଲା ତାଙ୍କର ବିଶେଷତ୍ୱ। ନିଜର ନିଆରା ପିଟୁସି ଶୈଳୀ ଏବଂ ଶବ୍ଦ ଚୟନ ପାଇଁ ସେ ପରିଚିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି କମାଲ ଖାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।