Advertisment

ନୂଆ ନାଁ ଓ ନୂଆ ଚିହ୍ନକୁ ନେଇ ରାଜନୀତି ମଇଦାନକୁ ଓହ୍ଲାଇବ ଉଦ୍ଧବ ସେନା

ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି।

Uddhav Thackrey

Uddhav Thackrey

Advertisment

ନାଁ ଓ ଚିହ୍ନକୁ ନେଇ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ନିର୍ବାଚନ ଆୟୋଗ ଦୁଇ ଦଳଙ୍କ ପାଇଁ ଜାରି କରିଛନ୍ତି ନୂଆ ନାଁ । ଏନେଇ ଦୁଇ ଗୋଷ୍ଠୀକୁ ଚିଠି ଲେଖିଛନ୍ତି ନିର୍ବାଚନ ଆୟୋଗଙ୍କ ସଚିବ । ଉଦ୍ଧବଙ୍କ ଗୋଷ୍ଠୀର ନାଁ- ଶିବସେନା ଉଦ୍ଧବ ବାଲାସାହେବ ଥାକରେ ଦିଆଯାଇଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନାଁ- ବାଲାସାହେବ୍‌ଚି ଶିବସେନା ରଖାଯାଇଛି ।

Advertisment

ସେହିଭଳି ଉଦ୍ଧବଙ୍କ ଗୋଷ୍ଠୀକୁ ମଶାଲ ଚିହ୍ନ ଦିଆଯାଇଛି । ଏହି ବିବାଦର ସମ୍ପୂର୍ଣ୍ଣ ସମାଧାନ ହେବା ପର୍ଯ୍ୟନ୍ତ ଏହି ଚିହ୍ନକୁ ଦଳ ଆସନ୍ତା ଉପନିର୍ବାଚନରେ ବ୍ୟବହାର କରିବ ବୋଲି ଆୟୋଗ ଲେଖିଛନ୍ତି । ସେପଟେ ଏକନାଥ ସିନ୍ଦେ ଆବେଦନ କରିଥିବା ନିର୍ବାଚନ ଚିହ୍ନକୁ ନିର୍ବାଚନ ଆୟୋଗ ଅଗ୍ରାହ୍ୟ କରିଛନ୍ତି । ଏହି ଗୋଷ୍ଠୀକୁ ତ୍ରିଶୁଳ, ଉଦିତ ସୂର୍ଯ୍ୟ କିମ୍ବା ଗଦା ଚିହ୍ନ ଦେବାକୁ ଆବେଦନ କରାଯାଇଥିଲା ।

ତେବେ ଚିହ୍ନ ତାଲିକାରେ ଏସବୁ ନଥିବାରୁ ସିନ୍ଦେ ଗୋଷ୍ଠୀକୁ ଏହି ଚିହ୍ନ ଦେବାକୁ ମନା କରିଛନ୍ତି କମିଶନ । ଏହାସହ ଆସନ୍ତାକାଲି ଭିତରେ ସିନ୍ଦେ ଗୋଷ୍ଠୀ ସାନି ୩ଟି ନୂଆ ଚିହ୍ନ ନେଇ ଆବେଦନ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ପରାମର୍ଶ ଦେଇଛନ୍ତି ।

Advertisment
By-election Maharashtra Politics New Symbol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ