Advertisment

ବ୍ୟାଗ୍‌ରେ ଏମିତି ଜିନିଷ ନେଇକି ଆସୁଥିଲେ IPS ଅଫିସର, ଏୟାରପୋର୍ଟରେ ଧରାପଡ଼ିଗଲେ...

IPS ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ୍‌ର ଫଟୋ ଭାଇରାଲ୍‌ ହେଉଛି। ଏୟାରପୋର୍ଟରେ ଚେକିଂ ବେଳେ ତାଙ୍କ ବ୍ୟାଗ୍‌ରୁ ଏମିତି କିଛି ଜିନିଷ ମିଳିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Security Officials At Jaipur Airport Checked The Bag Of IPS Officer

Security Officials At Jaipur Airport Checked The Bag Of IPS Officer

Advertisment

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ କିମ୍ବା ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥାଏ। ଏବେ IPS ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ୍‌ର ଫଟୋ ଭାଇରାଲ୍‌ ହେଉଛି। ଏୟାରପୋର୍ଟରେ ଚେକିଂ ବେଳେ ତାଙ୍କ ବ୍ୟାଗ୍‌ରୁ ଏମିତି କିଛି ଜିନିଷ ମିଳିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅରୁଣ ବୋଥ୍ରା ନିଜେ ଏହି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। 

Advertisment

ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀ IPS ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଗ୍‌ରୁ ଗ୍ରୀନ ମଟର ଛୁଇଁ ମିଳିଥିଲା। ଏହାକୁ ଦେଖି ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଫଟୋକୁ ଅରୁଣ ବୋଥ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। କିଛି ଘଣ୍ଟା ମଧ୍ୟରେ ଏହା ବେଶ୍‌ ଭାଇରାଲ୍‌ ହୋଇଥିଲା। ତାଙ୍କର ଏହି ପୋଷ୍ଟକୁ ନେଇ କିଛି IAS ଓ IFS ଅଧିକାରୀ ନିଜ ନିଜର ଅନୁଭୂତି ଶେୟାର କରିଛନ୍ତି।

ଜୟପୁରରୁ ପ୍ରତି କିଲୋକୁ ୪୦ ଟଙ୍କାରେ ଗ୍ରୀନ ମଟର ଛୁଇଁ କିଣିଥିବା ନେଇ IPS ଅଫିସର ଅରୁଣ ବୋଥ୍ରା କହିଛନ୍ତି। ତାଙ୍କର ଏହି ଟ୍ୱିଟ୍‌କୁ ନେଇ IAS ଅଧକାରୀ ଅୱନିଶ୍‌ ଶରଣ ନିଜର ଅନୁଭୂତି ବାଣ୍ଟିଛନ୍ତି। ଲାଉ ଓ ବାଇଗଣ ପାଇଁ ଏୟାରପୋର୍ଟରେ ୨ ହଜାର ଟଙ୍କା ଦେବାକୁ ପଡ଼ିଥିଲା। ସେହିପରି IFS ଅଫିସର ପ୍ରବୀଣ କାସୱାନ୍‌ ମଜାଳିଆ ଅନ୍ଦାଜରେ ଲେଖିଥିଲେ, ଏହା ହେଉଛି ମଟର ସ୍କଗଲିଂ। ଏମାନଙ୍କ ବ୍ୟତୀତ ଆହୁରି ଅନେକ ୟୁଜର୍ସ ମଜାଳିଆ ଅନ୍ଦାଜରେ memes ଶେୟାର କରିଛନ୍ତି। 

Advertisment

IPS Officer Arun Bothra Jaipur Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ