Advertisment

ଓଡ଼ିଶାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନୋଟିସ୍ !

ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Supreme Court Notice To Odisha

Supreme Court Notice To Odisha

Advertisment

ଭିଡ଼ ହିଂସାର ଶିକାର ହୋଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ପ୍ରସଙ୍ଗରେ କେନ୍ଦ୍ର ଓ ୬ ରାଜ୍ୟକୁ ନୋଟିସ୍ । ଏହି ନୋଟିସ୍ ଜାରି କରିଛନ୍ତି
ସୁପ୍ରିମକୋର୍ଟ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଦେଶର ଅନେକ ସ୍ଥାନରେ ଭିଡ଼ ହିଂସା ଦେଖିବାକୁ ମିଳିଛି କିଛି ବର୍ଷ ହେଲା । କିଛି କାରଣ ଥାଉ କି ନ ଥାଉ ଏପରିକି ଗୁଜବର ବଶବର୍ତ୍ତୀ ହୋଇ ଉତ୍ତେଜିତ ଲୋକେ ପିଟି ପିଟି ମାରି ଦେଉଛନ୍ତି ।

Advertisment

ଏପରି ମାମଲାରେ ତୁରନ୍ତ ୧୫୩ ଏ ଧାରାରେ ଏଫଆଇଆର୍ ରୁଜୁ କରିବା ସହିତ କ୍ଷତିପୂରଣ ଦେବାର ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯେଉଁ ୬ ରାଜ୍ୟର ଡିଜିପିଙ୍କୁ ନୋଟିସ୍ କରାଯାଇଛି, ସେଥିରେ ଓଡ଼ିଶା ମଧ୍ୟ ଅଛି । ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ଏକ ପିଆଇଏଲ୍‌ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦେଶ ଦେଇଛନ୍ତି । ଏହି ଶୁଣାଣି ବେଳେ ଉଭୟ ଭିଡ଼ ହିଂସା ଓ ଗୋରକ୍ଷା ନାଁରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଆଲୋଚନା ହୋଇଥିଲା ।

Advertisment

ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜେବି ପରଦିୱାଲାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଏହି ଶୁଣାଣି କରିବା ସହ ୬ଟି ଯାକ ରାଜ୍ୟକୁ ନୋଟିସ୍ କରିଛନ୍ତି । ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିବା ବେଳେ ଅନ୍ୟ ୫ଟି ହେଲା, ହରିୟାଣା, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ