Advertisment

ମାସିକ ଋତୁସ୍ରାବ ସମୟରେ ମିଳିବ କି ଛୁଟି ? ଏମିତି କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରିବାକୁ ମନା କରିଦେଇଛନ୍ତି କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଆବେଦନ କରିବାକୁ ପରାମର୍ଶ ଦେବା ସହିତ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି

ଅଦ୍ୟତନ ହୋଇଛି
menstrual

menstrual

Advertisment

ମାସିକ ଋତୁସ୍ରାବ ବେଳେ ଏଣିକି କାର୍ଯ୍ୟରତ ମହିଳାଙ୍କୁ ମିଳିପାରେ ଛୁଟି । ଘରୋଇ କମ୍ପାନୀ, ସରକାରୀ ଚାକିରି କିମ୍ବା କୌଣସି ଅନୁଷ୍ଠାରେ ଯେଉଁ ମହିଳାମାନେ କାର୍ଯ୍ୟରତ ଅଛନ୍ତି ଋତୁସ୍ରାବ ବେଳେ ସେମାନଙ୍କୁ ଛୁଟି ମିଳିପାରେ। ଏହି ଛୁଟି ଦିଆଯିବା ପାଇଁ ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା ଜନସ୍ୱାର୍ଥ ସମ୍ବଳିତ ମାମଲା ।

Advertisment

ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରିବାକୁ ମନା କରିଦେଇଛନ୍ତି କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଆବେଦନ କରିବାକୁ ପରାମର୍ଶ ଦେବା ସହିତ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି । ଜଣେ ପ୍ରତିପକ୍ଷ ଆଇନଜୀବୀ ଏହି ଆବେଦନ ଗ୍ରହଣୀୟ ନୁହେଁ ବୋଲି ଯୁକ୍ତି ଦର୍ଶାଇଥିଲେ। ପ୍ରତିମାସରେ ଋତୁସ୍ରାବ ଲାଗି ମହିଳାଙ୍କୁ ଛୁଟି ଦିଆଗଲେ ସେମାନଙ୍କୁ ଚାକିରି ଦେଉଥିବା ଘରୋଇ କମ୍ପାନୀ କିମ୍ବା ଅନୁଷ୍ଠାନ ପଛଘୁଂଚା ଦେବେ।

କିନ୍ତୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଥିଲା ଯେ ଏହି ଆବେଦନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ ଆବେଦନକୁ ଆମେ ଗ୍ରହଣ କରୁନାହୁଁ। କେନ୍ଦ୍ର ସରକାରଙ୍କ ନିକଟରେ ଏ ସମ୍ପର୍କରେ ଆବେଦନ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

ଦିଲ୍ଲୀର ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ୱାରା କରାଯାଇଥିବା ଏହି ଆବେଦନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମ୍ୟାଟରନିଟି ବେନିଫିଟ୍‌ ଆଇନ ୧୯୬୧ର ଧାରା ୧୪ ଅନୁସାରେ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଥିଲା। ଏହି ଧାରା ଅନୁସାରେ ବ୍ୟବସ୍ଥାର ତଦାରଖ କରିବାକୁ ଇନସ୍‌ପେକ୍ଟର ନିଯୁକ୍ତି କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏବେ ଆବେଦନକାରୀ ଚାହିଁଲେ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିପାରିବେ। ଫଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳିବା ନେଇ ଆଶା ସଂଚାର ହୋଇଛି।

India Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ