Advertisment

ବିବାହ ବାର୍ଷିକିରେ ପତ୍ନୀଙ୍କୁ AK47 ଉପହାର ଦେଲେ ନେତା !

ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍‌ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।

ଅଦ୍ୟତନ ହୋଇଛି
AK47

AK47

Advertisment

ପତ୍ନୀଙ୍କୁ AK47 ଉପହାର ଦେଇ ବିବାଦ ଘେରରେ ନେତା । ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ନେତା ରିୟାଜୁଲ ହକ୍‌ ତାଙ୍କ ପତ୍ନୀଙ୍କୁ ପ୍ରଥମ ବିବାହ ବାର୍ଷିକୀରେ ଏକେ-୪୭ ରାଇଫଲ ଉପହାର ଦେବା ପରେ ଏବେ ବିବାଦ ଘେରରେ ରହିଛନ୍ତି । ରିୟାଜୁଲ ସୋମବାର ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ସବିନା ଜସ୍ମିନଙ୍କ ଏକେ-୪୭ ବନ୍ଧୁକ ଧରିଥିବା ଫଟୋ ସେୟାର କରିଥିଲେ । ଏହାପରେ ବିବାଦ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗର ରାମପୁରହାଟର ପୂର୍ବତନ ତୃଣମୂଳ କଂଗ୍ରେସ ନେତା ହେଉଛନ୍ତି ରିଆଜୁଲ ହକ୍।

Advertisment

ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍‌ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବା ପରେ ରିୟାଜୁଲ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ । ସାମରିକ ଏବଂ ଅର୍ଦ୍ଧସାମରିକ ଅଭିଯାନରେ ବହୁଳ ଭାବରେ ବ୍ୟବହୃତ ଏହି ରାଇଫଲ୍‌କୁ ନେଇ ରିଆଜୁଲଙ୍କ ଏଭଳି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ସଂପର୍କରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେ କେଉଁଠାରୁ ବନ୍ଧୁକ ଆଣିଲେ ଓ ତାଙ୍କର ଉଦ୍ଦେଶ୍ୟ କ’ଣ ? ସେନେଇ ତଦନ୍ତ କରିବାକୁ ଦାବି କରିଛି ବିଜେପି । ସେହିଭଳି ରାଜ୍ୟ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି କହିଛି ସିପିଆଇଏମ୍‌। ତେବେ ଚାରିଆଡୁ ସମାଲୋଚିତ ହେବା ପରେ ରିଆଜୁଲ ହକ୍ କହିଛନ୍ତି ଯେ ତାହା ଏକ ନକଲି ବନ୍ଧୁକ । ରିଆଜୁଲ ହକ୍ ଯୁକ୍ତି ବାଢ଼ିଛନ୍ତି ଯେ ସେ କିଛି ଭୁଲ୍ କରି ନାହାନ୍ତି। କାରଣ ତାଙ୍କ ପତ୍ନୀ ଯେଉଁ ବନ୍ଧୁକ ଧରିଥିଲେ, ତାହା ଅସଲି ନୁହେଁ। ତେଣୁ ତାଙ୍କ ନାଁରେ ଯେଉଁ ସବୁ କଥା ପ୍ରଚାର କରାଯାଉଛି, ତାହା ମିଛ।

Advertisment

କୁହାଯାଏ, ରିଆଜୁଲ ରାମପୁରହାଟର ବିଧାୟକ ତଥା ପଶ୍ଚିମବଙ୍ଗର ଉପ ବାଚସ୍ପତି ଆଶିଷ ବାନାର୍ଜୀଙ୍କ ଖୁବ୍ ଘନିଷ୍ଠ। ଏକଦା ସେ ତୃଣମୂଳ କଂଗ୍ରେସର ସଂଖ୍ୟାଲଘୁ ସେଲ୍‌ର ରାମପୁରହାଟ-୧ ବ୍ଲକର ସଭାପତି ଥିଲେ। ତେବେ ଏଇ କିଛି ମାସ ତଳେ ସେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ