ଏଣିକି ନେତାଜୀ ଜୟନ୍ତୀରୁ ଗଣତନ୍ତ୍ର ଦିବସ ପାଳନ, କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି

ଏଣିକି ଜାନୁଆରୀ ୨୪ ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ରୁ ଗଣତନ୍ତ୍ର ଦିବସ ପାଳନ କରାଯିବ। ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହେବ ଏହି ଚାରିଦିନିଆ ସମାରୋହ ପାଳନ । ନେତାଜୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କ ଜୟନ୍ତୀକୁ ସାମିଲ କରିବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Subhas Chandra Bose

ଏଣିକି ଜାନୁଆରୀ ୨୪ ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ରୁ ଗଣତନ୍ତ୍ର ଦିବସ ସମାରୋହ (Republic Day Celebrations) ପାଳନ ହେବ। ପୂର୍ବରୁ ଜାନୁଆରୀ ୨୪ରୁ ଗଣତନ୍ତ୍ର ଦିବସ ସମାରୋହ ପାଳନ ହେଉଥିଲା। ସୂଚନା ଅନୁସାରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀଙ୍କୁ ସ୍ୱତନ୍ତ୍ର କରିବା ଲାଗି ଗଣତନ୍ତ୍ର ଦିବସ ସମାରୋହରେ ଏହାକୁ ସାମିଲ କରିବା ପାଇଁ ମୋଦି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜୟନ୍ତୀଙ୍କୁ ସାରା ଦେଶରେ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏବେ କେନ୍ଦ୍ର ସରକାର ନେତାଜୀଙ୍କ ସମ୍ମାନାର୍ଥେ ଗଣତନ୍ତ୍ର ଦିବସ ପାଳନ ସହ ତାଙ୍କୁ ଯୋଡିଛନ୍ତି ।  

୧୮୯୭ ଜାନୁଆରୀ ୨୩ ତାରିଖ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତାଙ୍କ  ପରିବାରରେ ଥିଲେ ୧୪ ଜଣ ସଦସ୍ୟ। ତାଙ୍କ ବାପାଙ୍କ ନାଁ ଜାନକୀ ନାଥ ବୋଷ ଓ ମା’ଙ୍କ ନାଁ ପ୍ରଭାବତୀ। କଟକର ଜଣେ ପ୍ରସିଦ୍ଧ ଓକିଲ ଭାବେ ଜାନକୀ ନାଥ ବେଶ୍‌ ପରିଚିତ ଥିଲେ। ପ୍ରାରମ୍ଭରେ ସେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ସ୍ୱାଧୀନ ଭାବେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। 

ନେତାଜୀ ସୁଭାଷ ବୋଷ କୋଲକାତାର ସ୍କଟିସ ଚର୍ଚ୍ଚ କଲେଜରେ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୧୯ରେ IAS ପ୍ରସ୍ତୁତ ଲାଗି ପଢ଼ିବା ଲାଗି ଇଂଲଣ୍ଡ ଯାଇଥିଲେ। ୧୯୨୦ରେ ଇଂଲଣ୍ଡରେ ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଭାଷ। ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ଭାରତର ସ୍ୱାଧୀନତା ସଂଘର୍ଷ ବିଷୟରେ ଚାକିରି ଛାଡି ଦେଇଥିଲେ।  ୧୯୨୧ ଏପ୍ରିଲ ୨୩ରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ।

ନେତାଜୀ କଂଗ୍ରେସର ଜଣେ ଯୁବ ନେତା ଥିଲେ। ୧୯୩୮ ଏବଂ ୧୯୩୯ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ମହାତ୍ମା ଗାନ୍ଧି ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ମଧ୍ୟରେ ମତଭେଦ ଦେଖାଦେବାରୁ ସେ ୧୯୩୯ରେ କଂଗ୍ରେସ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ନେତାଜୀଙ୍କର ମଧ୍ୟ ଗାନ୍ଧିଜୀଙ୍କ ସହ ମତଭେଦ ଥିଲା।

ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନେତାଜୀ  ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଏବେ ବି ବିବାଦ ରହିଛି। ନେତାଜୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। କୁହାଯାଏ, ୧୯୪୫ ଅଗଷ୍ଟ ୧୮ ତାରିଖ ଏକ ବିମାନ ଦୁର୍ଘଟଣାରେ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା। ତାଙ୍କ ଶେଷ ଜୀବନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। କେହି କେହି କୁହନ୍ତି, ସେ ଅନେକ ବର୍ଷ ଯାଏ ବଞ୍ଚିଥିଲେ।