Advertisment

ରାମେଶ୍ୱରମ କାଫେ ବିସ୍ଫୋରଣ; ପୁଣେରେ ଲୁଚିଛି ସନ୍ଦିଗ୍ଧ ଅପରାଧି ! ଚିହ୍ନଟ କଲେ ମିଳିବ ୧୦ ଲକ୍ଷ ଟଙ୍କା

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍‌ରେ ପଳାଇଥିଲା। ଏହାପରେ ଭଟକଲ୍‌, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Rameswaram Cafe Blast

Rameswaram Cafe Blast

Advertisment

ବେଙ୍ଗାଲୁରୁ କାଫେ ବସ୍ଫୋରଣ ପଛରେ ଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର। ଆଗଉଛି ତଦନ୍ତ, ମିଳୁଛି ବଡ଼ ବଡ଼ ସୁରାକ। ତଦନ୍ତକାରୀ ଏଜେନ୍ସି NIA ହାତରେ ଲାଗିଛି ବ୍ୟାଟେରୀ ଟାଇମର ଓ ପୋଡା ବ୍ୟାଗ୍। ତେବେ ସବୁଠୁ ବଡ଼ ଚାଞ୍ଚଲ୍ୟକର କଥା ହେଉଛି, ସିସିଟିଭିରେ ଅଭିଯୁକ୍ତର ଭିଡିଓ କଏଦ ହୋଇଛି। ତେବେ ଟୋପି ଓ ମାସ୍କ ଯୋଗୁଁ ସ୍ପଷ୍ଟ ଦେଖାଯାଉନି ଅଭିଯୁକ୍ତର ମୁହଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତାରେ ଖୋଜା ଚାଲିଛି ଅଭିଯୁକ୍ତର ପରିଚୟ।

Advertisment

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍‌ରେ ପଳାଇଥିଲା। ଏହାପରେ ଭଟକଲ୍‌, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି। କିନ୍ତୁ ଏନେଇ NIA ପକ୍ଷକୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ବରଂ NIA ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ଲୋକଙ୍କ ସହାୟତା ଲୋଡ଼ାଯାଇଛି। NIA ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ରାମେଶ୍ୱରମ କାଫେ ବିସ୍ଫୋରଣର ସନ୍ଦିଗ୍ଧକୁ ଚିହ୍ନଟ କରୁଛି, ତେବେ ସେ 08029510900, 8904241100 ରେ ଫୋନ୍‌ କରି ନଚେତ info.blr.nia@gov.in ଇମେଲ୍‌ରେ ଜଣାନ୍ତୁ। ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନୀୟ ରଖାଯିବ ବୋଲି ମଧ୍ୟ କୁହାଯାଇଛି।

Advertisment

ଏହାଛଡ଼ା ଅପରାଧୀକୁ ଖୋଜିଲେ ନଗଦ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଦିଆଯିବ ବୋଲି NIA ପକ୍ଷରୁ କୁହାଯାଇଛି। ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ତନାଘନା କରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ଦାୟିତ୍ୱ ଦିଆଯାଇଛି।

ବେଙ୍ଗାଲୁରୁ କାଫେ ଉଡ଼ାଇବାକୁ ଲଗାଯାଇଥିଲା ଟାଇମ୍ ବମ୍। ସିସିଟିଭି ଫୁଟେଜରେ ମୁଣ୍ଡରେ ଟୋପି, ମୁହଁରେ ମାସ୍କ, କାନ୍ଧରେ ବ୍ୟାଗ୍ ଥିବା ଅଭିଯୁକ୍ତର ଚେହେରା କଏଦ ହୋଇଛି। କୁହାଯାଉଛି ଆତତାୟୀର ବ୍ୟାଗରେ ଭିତରେ ଥିଲା ଟାଇମର୍ ଲାଗିଥିବା IED। ଅଭିଯୁକ୍ତର ପରିଚୟ ମିଳିନଥିଲେ ବି, ବୟସ ୨୫ରୁ ୩୦ ବର୍ଷ ଭିତରେ ବୋଲି ଅନୁମାନ କରାଯାଉଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଯୁବକ ଜଣକ ବସରୁ ଓହ୍ଲାଇ ରାମେଶ୍ୱରମ କାଫେରେ ପଶିଥିଲା। ଇଡଲି ଅର୍ଡର କରି, ଡଷ୍ଟବିନ ପାଖରେ ରଖି ଦେଇଥିଲା ବୋମା ଭର୍ତ୍ତି ବ୍ୟାଗ। ୧୧ଟା ୩୦ରେ କାଫେରେ ପଶି ୧୧ଟା ୪୫ ସୁଦ୍ଧା ସେଠୁ ଛୁ ହୋଇ ଯାଇଥିଲା ସନ୍ଦିଗ୍ଧ। ୧୨ଟା ୫୦ରୁ ୧ଟା ଭିତରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ୧୦ ସେକେଣ୍ଡ୍ ବ୍ୟବଧାନରେ ଦୁଇ ଦୁଇଟି ବିସ୍ଫୋରଣ ହୋଇଥିବା କୁହାଯାଉଛି। ବେଙ୍ଗାଳୁରୁ ପୋଲିସର କ୍ରାଇମବ୍ରାଞ୍ଚ, NIA, NSG ଓ ସାଇଣ୍ଟିଫିକ ଟିମ୍ ସ୍ପଟରେ ପହଞ୍ଚି ଷଡ଼ଯନ୍ତ୍ରର ଖିଅ ଖୋଜୁଛି। ସେମାନଙ୍କ ହାତରେ ଲାଗିଛି ବ୍ୟାଟେରୀ ଟାଇମର୍ ଓ ପୋଡ଼ା ବ୍ୟାଗ୍। ଅଭିଯୁକ୍ତର ଜଣେ ସହଯୋଗୀ ଧରା ପଡ଼ିଥିବା ବେଳେ, ମୁଖ୍ୟ ଆତତାୟୀକୁ ଧରିବା ପାଇଁ ଜୋରଦାର ତନାଘନା ଚାଲିଛି। ତାକୁ ଧରିବା ପାଇଁ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା AI ର ସହାୟତା ନିଆଯାଉଥିବା ଚର୍ଚ୍ଚା ହେଉଛି ।

Pune Bengaluru Ied Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ