Advertisment

ନୂଆ ସଂସଦ ଭବନରେ ଉଡ଼ିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆ ସଂସଦ ଭବନ ଗଜଦ୍ୱାରରେ ପତାକା ଉତ୍ତୋଳନ..କାଲିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ..୫ ଦିନ ଧରି ଚାଲିବ ସ୍ୱତନ୍ତ୍ର ଅଧିବେଶନ

new Parliament building

new Parliament building

Advertisment

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ପାର୍ଲିଆମେଣ୍ଟର ନୂଆ ବିଲଡିଂରେ ଉଡ଼ିଲା ତ୍ରିରଙ୍ଗା। ଆସନ୍ତାକାଲିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ସଂସଦର ନୂଆ ବିଲଡିଂର ଗଜଦ୍ୱାରରେ ଅନୁଷ୍ଠିତ ହୋଇଛି ପତାକା ଉତ୍ତୋଳନ ଉତ୍ସବ । ଗଜଦ୍ୱାରରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼।

Advertisment

ଏହି ଅବସରରେ ଲୋକସଭା ସ୍ପିକର ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନ, ପୀୟୁଷ ଗୋୟଲ, ଅର୍ଜୁନ ରାମ ମେଘୱାଲ, କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ ପ୍ରମୋଦ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସିଡବ୍ଲୁସି ବୈଠକ ଲାଗି ସେ ଏବେ ହାଇଦ୍ରାବାଦରେ ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନାହାନ୍ତି ।

କାଲିଠୁ ୨୨ ତାରିଖ ଯାଏଁ ୫ ଦିନ ଧରି ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଗୃହରେ ଆରମ୍ଭ ହୋଇ ନୂଆ ସଂସଦ ଭବନକୁ ଯିବ। ୧୯ ତାରିଖ ଗଣେଶ ପୂଜା ନୂଆ ସଂସଦ ଭବନରେ ପୂଜାର୍ଚ୍ଚନା ପରେ ସେଠାରେ କାର୍ଯ୍ୟ ଆରମ୍ଭ। ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ।

Advertisment

ସ୍ୱତନ୍ତ୍ର ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ସରକାର। ଏହା ପୂର୍ବରୁ ଆଜିର ବୈଠକରେ ସ୍ୱତନ୍ତ୍ର ଅଧିବେଶନ ସଂପର୍କରେ ସରକାର ବିରୋଧୀଙ୍କୁ ବିସ୍ତୃତ ସୂଚନା ଦେବା ସହ ବିରୋଧୀଙ୍କ ରାୟ ନେଇ ପାରନ୍ତି ବୋଲି କୁହାଯାଉଛି। ...

New Parliament Building Jagdeep Dhankhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ