Advertisment

ମହିଳାଙ୍କୁ ମାଗଣାରେ ମିଳିବ ଫୋନ୍‌, ୩ ବର୍ଷ ଯାଏ ଫ୍ରି ଇଣ୍ଟରନେଟ୍‌...ଏହି ସରକାର କଲେ ଘୋଷଣା

ମହିଳାଙ୍କୁ ସ୍ମାର୍ଟଫୋନ୍‌ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍‌ ଦେବେ ସରକାର। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି।

ଅଦ୍ୟତନ ହୋଇଛି
Rajasthan Government Gives Free Smartphones To Women

Rajasthan to give women phones with 3 years internet free of cost

Advertisment

ମହିଳାଙ୍କୁ ସ୍ମାର୍ଟଫୋନ୍‌ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଇଣ୍ଟରନେଟ୍‌ ଦେବେ ସରକାର। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା ଯୋଜନା ଅଧୀନରେ ୧.୩ କୋଟି ମହିଳାଙ୍କୁ ଗୁରୁବାରଠୁ ଏହା ପ୍ରଦାନ କରାଯିବ। 

Advertisment

ପ୍ରଥମ ପର୍ଯ୍ୟାୟରେ, ପ୍ରତି ଫୋନ୍‌କୁ ୬ ହଜାର ୮ ଶହ ଟଙ୍କା ହିସାବରେ ୪୦ ଲକ୍ଷ ସ୍ମାର୍ଟଫୋନ୍‌ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ଜୟପୁରରେ ୧.୯ ଲକ୍ଷ ମହିଳା ଅଛନ୍ତି। ଏମାନଙ୍କୁ ରାଜ୍ୟରେ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ମୋବାଇଲ୍ ପ୍ରଦାନ କରାଯିବ। 

ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ଏହି ଯୋଜନାରେ ୨ଟି ମୋବାଇଲ୍‌ ଫୋନ୍‌- ରିଅଲ୍‌ମି, ରେଡ୍‌ମି ଉପଲବ୍ଧ ରହିଛି। ତେବେ ପରେ ସାମସଙ୍ଗ୍‌ ଓ ନୋକିଆ ଫୋନ୍‌ ଉପଲ୍ଲବ୍ଧ କରାଯିବ। ଫୋନ୍‌ ପାଇଁ ୬,୧୨୫ ଟଙ୍କା ଓ ମାଗଣା ଇଣ୍ଟରନେଟ୍‌ ପାଇଁ ୬୭୫ ଟଙ୍କା ପ୍ରଦାନ କରାଯିବ। ଏହାସହ ପ୍ରତିବର୍ଷକୁ ଇଣ୍ଟରନେଟ୍‌ ଚାର୍ଜ ପାଇଁ ମଧ୍ୟ ସରକାର ୯୦୦ ଟଙ୍କା ଦେବେ । 

Advertisment

ଏହି ସେବାର ଫାଇଦା ଉଠାଇବା ପାଇଁ ହିତାଧିକାରୀ ଜନ ଆଧାର କାର୍ଡ, ପାନ୍‌ କାର୍ଡ ଓ ଏନ୍‌ରୋଲ୍‌ମେଣ୍ଟ କାର୍ଡ ଦେଖାଇବେ। ସେହିପରି ବିଧବା ମହିଳା ସେମାନଙ୍କର ପିପିଇ କାର୍ଡ ମଧ୍ୟ ଦେଖାଇପାରିବେ। 

Smartphones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ