Advertisment

ଆଜି ବଦଳିବ ରାଜସ୍ଥାନ ମନ୍ତ୍ରିମଣ୍ଡଳ, ସ୍ଥାନ ପାଇବେ ପ୍ରଭାବୀ ନେତା ସଚିନ ପାଇଲଟଙ୍କ ୫ ଅନୁଗତ

ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ ଶପଥ ନେବେ। ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି।

ଅଦ୍ୟତନ ହୋଇଛି
Sachin Pilot & Ashok Gehlot

Sachin Pilot & Ashok Gehlot

Advertisment

ଜୟପୁର: ଆଜି ବଦଳିବ ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍‌ର ରୂପରେଖ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ ଶପଥ ନେବେ। ନୂଆ ୩୦ ଜଣିଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ୫ ଅନୁଗତ ଆଜି ଶପଥ ନେବେ। 

Advertisment

ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି। ସଚିନଙ୍କ ଅନୁଗତଙ୍କ ମଧ୍ୟରୁ ହେମରାମ ଚୌଧୁରୀ, ବିଶ୍ୱେନ୍ଦ୍ର ସିଂ, ରମେଶ ମୀନା କ୍ୟାବିନେଟ ମନ୍ତ୍ରୀ ହେବାକୁ ଥିବାବେଳେ ବ୍ରିଜେନ୍ଦ୍ର ସିଂ ଓଲା ଓ ମୁରାରି ଲାଲ୍ ମୀନା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ।

ଆଜି ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଗତ ରାତିରେ ଗେହଲଟ୍ ରାଜଭବନ ଯାଇ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଶପଥଗ୍ରହଣ ସମାରୋହ ସମ୍ପର୍କରେ ଆଲୋଚନା କରିବା ସହ ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ। ଏହା ପୂର୍ବରୁ ସଚିନ ପାଇଲଟ୍, ଅଶୋକ ଗେହଲଟ୍‌ଙ୍କ ମଧ୍ୟରେ ବାରମ୍ବାର ବୈଠକ ହୋଇଥିଲା।

Advertisment

ବୈଠକରେ ନିଷ୍ପତ୍ତି ଅନୁସାରେ, ସଚିନ ପାଇଲଟଙ୍କ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଗେହଲଟ୍‌ଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ସଚିନ ପାଇଲଟଙ୍କୁ କେଉଁ ଦାୟିତ୍ୱ ମିଳିବ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଯଦିଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ଚାହୁଁଛନ୍ତି ସଚିନ ଗୁଜୁରାଟରେ କଂଗ୍ରେସର ମଙ୍ଗ ଧରନ୍ତୁ, ହେଲେ ସଚିନ ପାଇଲଟ ରାଜସ୍ଥାନରେ ସଂଗଠନ ଦାୟିତ୍ୱ ସମ୍ଭାଳିବା ଉପରେ ଫୋକସ ଦେଉଥିବା ଜଣାପଡ଼ିଛି।  

Rajasthan Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ