Advertisment

ଟ୍ରେନ ଦୁର୍ଘଟଣା ବେଳେ କେମିତି ଯାତ୍ରୀଙ୍କୁ କରାଯିବ ଉଦ୍ଧାର?

ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ, ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।

Visakhapatnam

Visakhapatnam

Advertisment

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଟ୍ରେନ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ, ରିଅଲ୍ ଟାଇମ୍ ରିଲିଫ, ଉଦ୍ଧାର କାର୍ଯ୍ୟ ଓ ଟ୍ରାଫିକ ସମସ୍ୟାର ସମାଧାନକୁ ନେଇ ରେଳବାଇର ୱାଲ୍ଟେୟାର ଡିଭିଜନ ପକ୍ଷରୁ ମକଡ୍ରିଲ ହୋଇଛି। ବିଶାଖାପାଟଣାର ସିମାଞ୍ଚଳ ଷ୍ଟେସନ ନିକଟରେ ବିଶାଖାପାଟଣା ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଅନୁପ ଶତପଥୀଙ୍କ ମାର୍ଗଦର୍ଶନରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 

Advertisment

ଏହି କାର୍ଯ୍ୟକ୍ରମରେ ୱାଲ୍ଟେୟାର ଡିଭିଜନର ବିଶାଖାପାଟଣାଠାରେ ବିଭିନ୍ନ ବିଭାଗରେ ତଥା ଅପରେସନ, ବାଣିଜ୍ୟ, ମେକାନିକାଲ, ମେଡିକାଲ, ସିକ୍ୟୁରିଟି, ସିଗନାଲ ଏବଂ ଟେଲିକମ, ସିଭିଲ୍ ଇଞ୍ଜିନିୟରିଂ, ଟ୍ରାକ୍ସନ୍ ବଣ୍ଟନ, ଇଲେକ୍ଟ୍ରିକାଲ୍ ଏବଂ ପର୍ସନାଲ, ନ୍ୟାସନାଲ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ଏବଂ ସିଭିଲ୍ ଆଡମିନିଷ୍ଟ୍ରେସନ ବିଭାଗରେ କାର୍ଯ୍ୟରତ ୨୦୦ ରୁ ଉର୍ଦ୍ଧ କର୍ମଚାରୀ ଭାଗନେଇଥିଲେ।  ଟ୍ରେନ ଦୁର୍ଘଟଣା ସମୟରେ ପ୍ରଭାବିତ କୋଚଗୁଡିକରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା, ରିଲିଫ୍ ଅପରେସନ ବହନ କରିବା ଏବଂ ଟ୍ରାଫିକ ସମସ୍ୟାର ଦ୍ରୁତ ସମାଧାନ ପାଇଁ ଟ୍ରାକର ସ୍ୱାଭାବିକତାକୁ ପୁନଃ ସ୍ଥାପନକୁ ନେଇ ମକ୍ ଡ୍ରିଲ୍ କରଯାଇଥିଲା।

ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ, ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା। ଏହି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମରେ ୨୬ ଟି NDRF କର୍ମଚାରୀଙ୍କ ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଆରପିଏଫ, ରାଜ୍ୟ ପୋଲିସ, ସିଭିଲ ଡିଫେନ୍ସ କର୍ମଚାରୀଙ୍କ ବ୍ୟତୀତ ରେଳ ସୁରକ୍ଷା ସ୍ପେଶାଲ ଫୋର୍ସର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଶାଖାପାଟଣା ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଅନୁପ ଶତପଥୀ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ପ୍ରତିକ୍ରିୟାଶୀଳ ହେବା ଏବଂ ଯୋଗାଯୋଗ ଦକ୍ଷତାର ବିକାଶ ତଥା ସମନ୍ୱୟ ରକ୍ଷା କରିବା ପାଇଁ ରେଳବାଇର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବା ସହ ବିପର୍ଯ୍ୟୟ ସମୟରେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଫିଟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ବହୁତ ସହାୟକ ହେବ। 

Advertisment

ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କେବଳ କର୍ମଚାରୀଙ୍କ ଫିଟନେସ ସମ୍ପର୍କରେ ଜାଣିବା ପାଇଁ ନୁହେଁ ବରଂ ଏହି କାର୍ଯ୍ୟକ୍ରମ ଦ୍ୱାରା କର୍ମଚାରୀ ମାନଙ୍କୁ ରେଳବାଇର ଅତ୍ୟାଧୁନିକ କାର୍ଯ୍ୟଶୈଳୀ ଓ ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ ଟ୍ରେନିଂ ପ୍ରଦାନ କରିବା ଏହାର ମୁଖ୍ୟ ଉଦେଶ୍ୟ।

Visakhapatnam Railway Mock Drill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ