Advertisment

କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ବିଦେଶୀ ମଉଜକୁ ନେଇ ଚର୍ଚ୍ଚା

ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି

ଅଦ୍ୟତନ ହୋଇଛି
undefined

rahul gandhi

Advertisment

ନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ଗାନ୍ଧିଙ୍କ ପାର୍ଟି ଭିଡିଓ ଭାଇରାଲ୍ ହେବା ପରେ, ପୁଣି ବିବାଦରେ କଂଗ୍ରେସର ଯୁବରାଜ । କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ଏଭଳି ବିଦେଶୀ ମଉଜକୁ ନେଇ ଶାଣିତ ଭାଷାରେ କଟାକ୍ଷ କରିଛି ବିଜେପି । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁରୋପ ଗସ୍ତକୁ ନେଇ କଂଗ୍ରେସ କରିଥିବା ସମାଲୋଚନାର ବଦଲା ନେଇଛି ଦଳ । ତେବେ ରାହୁଲ ନେପାଳକୁ ଏକ ବିବାହ ଉତ୍ସବରେ ଅତିଥି ହୋଇଯାଇଥିବା ସଫେଇ ଦେଇଛି କଂଗ୍ରେସ । ଏଭିତରେ ଭାଇରାଲ୍ ଭିଡିଓରେ ରାହୁଲଙ୍କ ସହ ଥିବା ରହସ୍ୟମୟ ଯୁବତୀଙ୍କ ପରିଚୟକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି ।

Advertisment

ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି । ରାହୁଲଙ୍କ ନାଇଟ କ୍ଲବ୍ ମସ୍ତିର ଏକାଧିକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ଏହାକୁ ଟୁଇଟ୍ କରି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ଲେଖିଛନ୍ତି, ମୁମ୍ବାଇ ହମଲା ବେଳେ ରାହୁଲ ଗାନ୍ଧି ନାଇଟ କ୍ଲବରେ ଥିଲେ, ଆଉ ଏବେ ଦଳରେ ଯେତେବେଳେ ଘମାସାନ ଚାଲିଛି, ସେ ପୁଣି ନାଇଟ କ୍ଲବରେ ଅଛନ୍ତି । ରାହୁଲ ଧାରା ବଜାୟ ରଖିଛନ୍ତି ବୋଲି କଟାକ୍ଷ କରିଛନ୍ତି ଅମିତ ମାଲବ୍ୟ ।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟୁଇଟ୍ କରିଛନ୍ତି ଯେ, ଜଣେ ସାଧାରଣ ନାଗରିକ ଭାବେ ନିୟମିତ ପାର୍ଟି କରିବା, ବିଦେଶ ବୁଲିବାରେ କିଛି ଅସୁବିଧା ନାହିଁ । କିନ୍ତୁ ସବୁବେଳେ ଅନ୍ୟକୁ ଉପଦେଶ ଦେଉଥିବା ଜଣେ ସାଂସଦ ତଥା ଏକ ଜାତୀୟ ରାଜନୈତିକ ଦଳର ପର୍ମାନେଣ୍ଟ୍ ବସ୍ ଏଭଳି କରିବା ଉଚିତ କି? କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବ୍ବାସ ନକଭି ବି କଟାକ୍ଷ କରିଛନ୍ତି, ରାହୁଲ ଫୁଲ୍ ଟାଇମ୍ ପର୍ଯ୍ୟଟନ ଓ ପାର୍ଟ ଟାଇମ୍ ଡ୍ରାମା କରନ୍ତି ।

Advertisment

ଦୈନିକ ଖବର କାଗଜ କାଠମାଣ୍ଡୁ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ପୂର୍ବତନ ନେପାଳୀ ରାଷ୍ଟ୍ରଦୂତ ଭୀମ ଉଦାସଙ୍କ ଝିଅ ତଥା ଜଣେ ପୂର୍ବତନ ସିଏନ୍ଏନ୍ ସାମ୍ବାଦିକା ସୁମ୍ନିମାଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସୋମବାର କାଠମାଣ୍ଡୁ ଯାଇଛନ୍ତି ରାହୁଲ । ମୋଦିଙ୍କ ସରକାରୀ ୟୁରୋପ ଗସ୍ତକୁ ନେଇ କଂଗ୍ରେସ ଗତକାଲି କଟାକ୍ଷ କରିଥିଲା ଯେ, ଦେଶ୍ ସଂକଟ୍ ମେ ଛାୟା ହୈ, ମଗର୍ ସାହେବକୋ ବିଦେଶ ଭାୟା ହୈ । ଆଉ ଆଜି ରାହୁଲଙ୍କ ଏହି ଭିଡିଓ ଛାଡ଼ି ଦଳକୁ ଶକ୍ତ ଚାପୁଡ଼ା ଦେଇଛି ବିଜେପି । ତେବେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ସଫେଇ ଦେବାକୁ ଯାଇ କହିଛନ୍ତି ଯେ, ରାହୁଲ ଏକ ବନ୍ଧୁ ରାଷ୍ଟ୍ରକୁ ନିମନ୍ତ୍ରିତ ଅତିଥି ହୋଇ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି । ସେ ମୋଦିଙ୍କ ଭଳି ଅନିମନ୍ତ୍ରିତ ଅତିଥି ଭାବେ ନଓ୍ୱାଜ ଶରିଫଙ୍କ ଜନ୍ମଦିନ ପାଳିବାକୁ ପାକିସ୍ତାନ ତ ଯାଇନାହାନ୍ତି ।

ତେବେ କେବଳ ରାହୁଲଙ୍କ ପବ୍ ପାର୍ଟି ନୁହେଁ, ତାଙ୍କ ସହିତ ଥିବା ଯୁବତୀଙ୍କୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । ଯୁବତୀ ଜଣକ କିଏ ବୋଲି ଜାଣିବାକୁ ଅନେକେ ଉତ୍ସୁକ ଥିବା ବେଳେ ସେ ନେପାଳରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ହୋଉ ୟାଙ୍କି ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । ଭାରତ-ନେପାଳ ମ୍ୟାପ୍ ବିବାଦ ପଛରେ ଏହି ଚୀନି ସୁନ୍ଦରୀ ହୋଉ ୟାଙ୍କିଙ୍କ ପ୍ରମୁଖ ଭୂମିକା ଥିବା ଏବଂ ନେପାଳର ତତ୍କାଳୀନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହନିଟ୍ରାପରେ ଫସି ତାଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୁଏ ।

Advertisment
Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ