Rahul Gandhi
ତେଣେ ୨ ବର୍ଷ ଜେଲ୍ ଦଣ୍ଡାଦେଶ, ଏଣେ ଲୋକସଭା ସଦସ୍ୟତା ପଦ ରଦ୍ଦ । ଅଡ଼ୁଆ ଜାଲରେ ଛନ୍ଦି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଆଗକୁ ରହିଛି କ’ଣ ରହିଛି ବିକଳ୍ପ ? ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
୧- ସମ୍ବିଧାନର ଧାରା-୧୦୩ ଅନୁଯାୟୀ ସଦସ୍ୟତା ପଦ ରଦ୍ଦ ନିଷ୍ପତ୍ତିକୁ ଚାଲେଞ୍ଜ କରିପାରିବେ ରାହୁଲ ।
୨- ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟକୁ ଯାଇ ଡିସକ୍ୱାଲିଫିକେସନକୁ ଚାଲେଞ୍ଜ କରିପାରିବେ ।
୩- ସୁରତ ଜିଲ୍ଲା କୋର୍ଟଙ୍କ ୨ ବର୍ଷ ଜେଲ୍ ଦଣ୍ଡାଦେଶ ବିରୋଧରେ ୩୦ ଦିନ ଭିତରେ ଉପର କୋର୍ଟକୁ ଯାଇପାରିବେ ।
୪- ଦଣ୍ଡାଦେଶକୁ ଖାରଜ ପାଇଁ କିମ୍ବା ସ୍ଥଗିତାଦେଶ ପାଇଁ ସେସନ୍ସ କୋର୍ଟରେ ଅପିଲ୍ କରିପାରିବେ ।
୫- ସେସନ୍ସ କୋର୍ଟ ସୁରତ ଜିଲ୍ଲା କୋର୍ଟଙ୍କ ରାୟକୁ ଖାରଜ କଲେ ରାହୁଲ ପୁଣି ସାଂସଦ ପଦ ଫେରିପାଇବେ ।
୬- ସେସନ୍ସ କୋର୍ଟରୁ ଆଶ୍ୱସ୍ତି ନମିଳିଲେ, ରାହୁଲ ହାଇକୋର୍ଟରେ ଅନ୍ତରୀଣ ସ୍ଥଗିତାଦେଶ ପାଇଁ ଅପିଲ୍ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679669025.jpg)