Advertisment

ବଜାରକୁ ଆସିଲା ପୁଷ୍ପା ସିନେମାର ପୋଷ୍ଟର ଥିବା ଶାଢୀ, ମାର୍କେଟ କରୁଛି ହଲଚଲ୍

‘ପୁ‌ଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁ‌ଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା

ଅଦ୍ୟତନ ହୋଇଛି
puspa

puspa

Advertisment

ସାରା ଦେଶରେ ‘ପୁଷ୍ପା’ ସିନେମାର କ୍ରେଜ୍ । କ୍ୟାପସନଠାରୁ ଆରମ୍ଭ କରି ସ୍ଲୋଗାନ ସବୁଥିରେ ‘ପୁଷ୍ପା’ ନାଁ। ଏବେ ମହିଳାଙ୍କ ଶାଢୀରେ ପୁଷ୍ପାକୁ ଦେଖିବାକୁ ମିଳିବ। ‘ପୁ‌ଷ୍ପା’ ପୋଷ୍ଟର ଭଳି ଦେଖିବାକୁ ଏହି ଶାଢୀର ବହୁତ ଡିମାଣ୍ଡ ରହିଛି । ଏବେ କେଉଁଠି ତିଆରି ହେଉଛି ‘ପୁ‌ଷ୍ପା’ ଶାଢୀ।

Advertisment

ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ଓ ରସ୍ମିକା ମନ୍ଦାନାଙ୍କ ସିନେମା ‘ପୁଷ୍ପା’କୁ ଅଭୁତପୂର୍ବ ସଫଳତା ମିଳିବା ପରେ ଏବେ ମାର୍କେଟରେ ପୁଷ୍ପା ଶାଢୀ । ‘ପୁଷ୍ପା’ ସିନେମାର ସଂଳାପ ଓ ଅଭିନୟକୁ ଲୋକେ ପସନ୍ଦ କରିବା ସହ ଅନୁସରଣ କରିବା ଆରମ୍ଭ କରି ଦେଇଛନ୍ତି । ସୋସିଆଲ ମିଡିଆ‌ରେ ‘ପୁ‌ଷ୍ପା’ ଟ୍ରେଣ୍ଡ ଦେଖିବାକୁ ମିଳୁଥିବା ବେଳେ କପଡ଼ା ମଣ୍ଡିରେ ବି ‘ପୁ‌ଷ୍ପା’କୁ ଦେଖିବାକୁ ମିଳୁଛି। ଏସିଆର ସବୁଠାରୁ ବଡ଼ କପଡ଼ା ମଣ୍ଡି ସୁରଟରେ ପୁଷ୍ପାର ପ୍ରଭାବ ପଡିଛି।

ସୁରଟର କପଡ଼ା ମଣ୍ଡିରେ ‘ପୁ‌ଷ୍ପା’ ପୋଷ୍ଟର ଭଳି ଶାଢ଼ୀ ତିଆରି କରାଯାଉଛି । ମାର୍କେଟରେ ଏଭଳି ଶାଢ଼ିର ବହୁତ ଚାହିଦା ଥିବା କୁହାଯାଉଛି । ଚରଣଜିତ କ୍ରିଏସନ ନାଁରେ ଶାଢ଼ୀ ବ୍ୟବସାୟ କରୁଥିବା ଚରଣପାଲ ସିଂହ ‘ପୁଷ୍ପା’ ସିନେମା ‌ପୋଷ୍ଟର ଭଳି ଶାଢ଼ି ତିଆରି କରୁଛନ୍ତି । ‘ପୁଷ୍ପା’ର ଲୋକପ୍ରିୟତାକୁ ଦେଖି ପ୍ରଥମେ ସେ ଏଭଳି ଶାଢ଼ି ତିଆରି କରିଛନ୍ତି । ଯାହାର ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।

Advertisment

‘ପୁଷ୍ପା’ ଶାଢ଼ୀର ଫଟୋଟି ସୋସିଆଲ ମିଡିଆରେ ଆସିବା ପରେ ଚରଣପାଲ ସିଂହଙ୍କ ପାଖକୁ ଅନେକ ଅର୍ଡର ଆସିଛି । ଯେଉଁଥିପାଇଁ ସେ ‘ପୁଷ୍ପା’ ଶାଢ଼ିକୁ ଅଧିକ ତିଆରି କରିବାରେ ଲାଗି ପଡିଛନ୍ତି। ବିଶେଷ କରି ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିହାରରୁ ପୁଷ୍ପା ଶାଢ଼ି ପାଇଁ ଅନେକ ଅର୍ଡର ଆସିଛି। ଏଥିରୁ ଜଣାପଡୁଛି ମାର୍କେଟରେ ପୁଷ୍ପାର ବେଶ ଚାହିଦା ରହିଛି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ