hocky
ଅମୃତସର: ହକି ଖେଳାଳୀଙ୍କୁ ମିଳିବ ୧ କୋଟି ଟଙ୍କା। ପଞ୍ଜାବ ସରକାର ଏନେଇ ଘୋଷଣା କରିଛନ୍ତି। ଅଲମ୍ପିକ୍ସିରେ କାଂସ୍ୟପଦକ ଜିତିଥିବାରୁ ଏପରି ଘୋଷଣା କରିଛନ୍ତି ସରକାର। ତେବେ କେବଳ ପଞ୍ଜାବୀ ହକି ଖେଳାଳୀଙ୍କୁ ଏହି ପୁରସ୍କାର ମିଳିବ।
ଆଜି ଭାରତ ଜର୍ମାନୀକୁ ୪-୫ ଗୋଲ୍ରେ ପରାସ୍ତ କରିବା ପରେ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂହ ସୋଢ଼ି ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଟ୍ୱିଟ୍ କରି ପଞ୍ଜାବ ମନ୍ତ୍ରୀ ଲେଖିଛନ୍ତି କି, ଭାରତୀୟ ହକି ଲାଗି ଅବିସ୍ମରଣୀୟ ଦିନ। ପଞ୍ଜାବରୁ ସାମିଲ ହୋଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଲେଖାଏଁ ଅର୍ଥରାଶି ପୁରସ୍କାର ଘୋଷଣା କରି ମୁଁ ଆନନ୍ଦିତ ହୋଇଛି । ଏହାସହ ସେ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଆସିବା ବାଟକୁ ପୂରା ଦେଶ ଚାହିଁବସିଛି ବୋଲି ସେ କହିଛନ୍ତି। ଭାରତୀୟ ହକି ଟିମ୍ରେ ସ୍କିପର୍ ମନପ୍ରୀତ୍ ସିଂହଙ୍କ ସମେତ ପଞ୍ଜାବର ୮ଜଣ ଖେଳାଳି ଅଛନ୍ତି।
Also Read
ସୂଚନା ଅନୁସାରେ, ୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ ହୋଇଛି । ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍। ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ଭାରତ ପୁରଷ ହକିରେ ଜର୍ମାନକୁ ହରାଇ ଏହି ଗୌରବ ହାସଲ କରିଛି। ଟୋକିଓ ଅଲମ୍ପିକ୍ର ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତ- ଜର୍ମାନ କଡା ମୁକାବିଲା ହୋଇଥିଲା। ହେଲେ ଭାରତ ୫-୪ ଗୋଲରେ ଜର୍ମାନକୁ ହରାଇ ଏହି ପଦକ ଛଡ଼ାଇ ନେଇଛି।
ପ୍ରଥମ ପର୍ଯ୍ୟାୟରେ ଜର୍ମାନ ଚମତ୍କାର ପ୍ରଦର୍ଶନ କରି ୩-୧ରେ ଆଗୁଆ ଥିଲା। ଭାରତ ସେମି ଫାଇନାଲରୁ ହାରି ସ୍ୱର୍ଣ୍ଣ ପଦକ ଆଶା ହାତଛଡ଼ା କରିଥିଲା। ହେଲେ ଏଥର ଦର୍ଶକଙ୍କୁ ନିରାଶ ନ କରି ଜୀ-ଜାନ ଦେଇ ଖେଳିଥିଲା ଆଉ ଶେଷରେ ୫-୪ରେ ଜର୍ମାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରେ ପେନାଲ୍ଟି ଷ୍ଟ୍ରୋକକୁ ଗୋଲ୍ରେ ବଦଳାଇ ଦେଇ ଜବରଦସ୍ତ ଫର୍ମକୁ ଆସିଥିଲା ଭାରତ। ତେବେ ଭାରତୀୟ ଖେଳାଳୀଙ୍କୁ ଜୋରଦାର୍ ସ୍ୱାଗତ କରିବାକୁ ଚାଲିଛି ପ୍ରସ୍ତୁତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hocky-6_1626765744.jpg)

