Advertisment

"ବିଜେପି ନିଜ ଭୁଲ୍ ନ ସୁଧାରି ନେହରୁଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ"

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

Manmohan Singh Blasts PM Modi

Manmohan Singh Blasts PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍‌ କଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ୍ ସିଂହ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ମନମୋହନ୍ ସିଂହ ଗୁରୁବାର ବିଜେପି ଦଳ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଟାର୍ଗେଟ୍‌ କରିଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ, ବିଜେପି ଦେଶରେ ୭ ବର୍ଷ ଧରି ଶାସନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସବୁ ପରିସ୍ଥିତି ପାଇଁ ଜବାହାରଲାଲ୍ ନେହେରୁଙ୍କୁ ଦୋଷ ଦେଉଛି । ମନମୋହନ୍ ସିଂହ ଏହାର ଏକ ଭିଡିଓ ବାର୍ତ୍ତା ସେୟାର କରିଥିବାର ଦେଖିବାକୁ ମିଳିଛି ।

Advertisment

୮୯ ବର୍ଷୀୟ ମନମୋହନ ସିଂହ କହିଛନ୍ତି ଯେ, କୌଣସି ରାଜନେତିକ ଲାଭ ପାଇଁ କଂଗ୍ରେସ କଦାପି ଦେଶକୁ ବିଭକ୍ତ କରିନାହିଁ କିମ୍ବା କୌଣସି ସତ୍ୟକୁ ଲୁଚାଇ ନାହିଁ। ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ବିଜେପି ସରକାର ବ୍ରିଟିଶଙ୍କ ବିଭାଜନ ଓ ଶାସନ ନୀତି ଉପରେ ଆଧାର କରି ‘ନକଲି ଜାତୀୟତାବାଦୀ’ ଉପରେ ବିଶ୍ୱାସ କରୁଛି।

ସେ ଆହୁରି କହିଛନ୍ତି ଯେ, ଦେଶ ବର୍ତ୍ତମାନ ବେକାରୀ ସମସ୍ୟା ଓ ମୁଦ୍ରାସ୍ପିତୀ ଆଦିର ସମ୍ମୁଖୀନ ହେଉଥିବା ବେଳେ ସାତ ବର୍ଷ ଧରି କ୍ଷମତାରେ ଥିବା ସରକାର ନିଜ ଭୁଲ୍‌କୁ ସଂଶୋଧନ କରିବା ପରିବର୍ତ୍ତେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କୁ ଏନେଇ ଦାୟୀ କରୁଛି। ବିଜେପି ଶାସନରେ ଧନୀ ଲୋକ ଆହୁରି ଧନୀ ହେବାରେ ଲାଗିଛି ଏବଂ ଗରିବ ଲୋକ ଆହୁରି ଗରିବ ହେବାରେ ଲାଗିଛି ବୋଲି ମନମୋହନ ସିଂହ କହିଛନ୍ତି।

Advertisment

ମନମୋହନ ଆହୁରି କହିଛନ୍ତି, ବିଜେପି ନେତୃତ୍ୱାଧୀନ ସରକାରରେ ଆର୍ଥିକ ନୀତିରେ କୌଣସି ଗୁରୁତ୍ୱ ନାହିଁ। ଏହି ସରକାର ବୈଦେଶିକ ନୀତିରେ ପୂରା ବିଫଳ ହୋଇଛନ୍ତି। ଚାଇନା ଆମ ସୀମା ଉପରେ ଆସି ଛିଡ଼ା ହେଲାଣି ଏବଂ ଏହି ମାମଲାକୁ ଚପାଇବାକୁ ପ୍ରୟାସ କରାଯାଉଛି। ରାଜନେତାଙ୍କୁ ଆଲିଙ୍ଗନ କରିବା କିମ୍ବା ବିନା ନିମନ୍ତ୍ରଣରେ ବିରିୟାନୀ ଖାଇବା ଦ୍ୱାରା ସମ୍ପର୍କ ସୁଧୁରିବ ନାହିଁ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ମନମୋହନ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦର ସ୍ୱତନ୍ତ୍ର ଗାରିମା ରହିଛି। ଆଉ ଏଭଳି ସ୍ଥିତିରେ ଇତିହାସ ଉପରେ ଦୋଷ ଲଦି ନିଜ ଦୋଷକୁ କମ୍ କରାଯାଇପାରିବ ନାହିଁ। ପୂର୍ବତନ ପିଏମ୍ କହିଛନ୍ତି ଯେ ନିଜର ୧୦ ବର୍ଷର କାର୍ଯ୍ୟକାଳରେ ସେ ନିଜେ ଅଧିକ କହିବା ଅପେକ୍ଷା କାମକୁ ଗୁରୁତ୍ୱ ଦେଉଥିଲେ। ରାଜନୀତିକ ଫାଇଦା ପାଇଁ ସେ କେବେବି ଅନୁସନ୍ଧାନ ଉପରେ ପର୍ଦା ପକାଇବାକୁ ପ୍ରୟାସ କରିନାହାନ୍ତି। ଏପରିକି ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ପଦର ଗାରିବାକୁ କେବେ କ୍ଷୂର୍ଣ୍ଣ ହେବାକୁ ଦେଇନଥିବା ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ସେ କହିଛନ୍ତି, କିଛି ଦିନ ତଳେ ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନାଁରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଓ ରାଜ୍ୟର ଲୋକଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଇଥିଲା। ଚାଷୀ ଆନ୍ଦୋଳନ ବେଳେ ମଧ୍ୟ ପଞ୍ଜାବ ଓ ପଞ୍ଜାବବାସୀଙ୍କୁ ଅପମାନିତ କରିବାକୁ ପ୍ରୟାସ କରାଯାଇଥିଲା। ସମଗ୍ର ଦୁନିଆ ପଞ୍ଜାବୀଙ୍କ ବାହାଦୂରୀ, ଦେଶଭକ୍ତି ଓ ବଳିଦାନକୁ ସଲାମ କରନ୍ତି, କିନ୍ତୁ ସେହି ପଞ୍ଜାବବାସୀଙ୍କ ଉପରେ କେହି ଆଲୋଚନା କରୁନାହାନ୍ତି। ଏଭଳି ଘଟଣା ମୋତେ ବହୁତ ବ୍ୟଥିତ କରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।

Manmohan Singh Blasts PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ