Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା, ବର୍ଷର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କଲା ଇସ୍ରୋ

ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍‌କୁ ନେଇ PSLV-C52 ମହାକାଶକୁ ଯାଇଛି।

ଅଦ୍ୟତନ ହୋଇଛି
PSLV-C52/ EOS-03 Mission Successful

PSLV-C52/ EOS-03 Mission Successful

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା। ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଆଜି ସକାଳ ୫ଟା ୫୯ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ୱନ ମହାକାଶ ଗବେଷଣା ସଂସ୍ଥାନର ୧ ନମ୍ବର ଲଞ୍ଚପ୍ୟାଡ୍‌ରୁ ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍‌କୁ ନେଇ PSLV-C52 ମହାକାଶକୁ ଯାଇଛି।

Advertisment

PSLVର ଉତ୍‌କ୍ଷେପଣ ଲାଗି ଗତକାଲିଠାରୁ ୨୫ ଘଣ୍ଟିଆ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ଏଥିରେ ୧୭୧୦ କିଲୋଗ୍ରାମ ଓଜନର ଗୋଟିଏ ରାଡାର ଇମେଜିଂ ବା ଭୂପୃଷ୍ଠ ନିରୀକ୍ଷଣ ଉପଗ୍ରହ EOS-04 ଏବଂ ଆଉ ୨ଟି ଷ୍ଟୁଡେଣ୍ଟ ସାଟେଲାଇଟ୍ ମହାକାଶକୁ ଯାଇଛି।

EOS-04 ସାଟେଲାଇଟ୍‌ ସବୁ ପାଗରେ ଉତ୍କୃଷ୍ଟମାନର ଚିତ୍ର ସହ ପାଣିପାଗ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଯାହାକି କୃଷି, ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ବନ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଓ ଜଳଭଣ୍ଡାର ସମ୍ପର୍କିତ ତଥ୍ୟ, ମାଟିର ଆର୍ଦ୍ରତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଯାହାକି କୃଷି କାର୍ଯ୍ୟ ଲାଗି ବେଶ୍ ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। 

Advertisment

EOS-04 ସହ ଉତ୍‌କ୍ଷେପଣ ହୋଇଥିବା ଆଉ ୨ଟି ସାଟେଲାଇଟ୍ ହେଲା-ଆଇଆଇଏସ୍‌ଟିର ଛାତ୍ରଙ୍କ ଦ୍ୱାରା ନିର୍ମିତ ଇନସ୍‌ପାୟର ସାଟ୍-୧ ଓ ଇସ୍ରୋ ଦ୍ୱାରା ପ୍ରସ୍ତୁତ INS-2TD। 

ISRO PSLV PSLV-C52 EOS-04
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ