Advertisment

ପେନସିଲ୍ ଚୋରି କରୁଛି ସାଙ୍ଗ : ଥାନାରେ ପହଞ୍ଚି କେସ୍ କଲା କୁନି ପିଲା

ଆନ୍ଧ୍ରପ୍ରଦେଶ ପୋଲିସ ନିଜର ଅଫିସିଆର ଟ୍ୱିଟର ହ୍ୟାଣ୍ଡେଲରେ କୋମଳମତି ପିଲାଙ୍କ ଏହି ଅଭିଯୋଗର ଭିଡିଓ ସେୟାର କରିଛି । ଭିଡ଼ିଓରେ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ପିଲା ସବୁଜ ସାର୍ଟରେ ଥିବା ପିଲା ଆଡ଼କୁ ଅଙ୍ଗୁଳି ଦେଖାଉଛି । ଏହି ସାଙ୍ଗ ମୋ ବିନା ଅନୁମତିରେ ପେନସିନ୍ ନେଇଯାଉଛି ବୋଲି କହିଛି

Viral Video

Viral Video

Advertisment

ପେନସିଲ୍ ଚୋରି କରୁଛି, ତାକୁ ଜେଲରେ ଭର୍ତ୍ତି କର । ବାରମ୍ବାର ମନା କଲେବି ଶୁଣୁନି । ପେନସିଲ୍ ଚୋର ସାଙ୍ଗକୁ ଧରି ଥାନାରେ ପହଞ୍ଚିଲା କୁନି ପୁଅ । ଆନ୍ଧ୍ରପ୍ରଦେଶରେ ପୋଲିସ ନିକଟକୁ ଏପରି ଏକୁ ବିରଳ ଅଭିଯୋଗ ଆସିଛି, ଯାହା ଶୁଣି ସମସ୍ତେ ହସୁଛନ୍ତି । ପ୍ରାଥମିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଥୀଙ୍କ ବିରୋଧରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସାଙ୍ଗରେ ବସୁଥିବା ପିଲାଟି ସବୁଦିନ ପେନସିଲ୍ ଚୋରି କରିନେଉଛି କହି ପୋଲିସରେ ଅଭିଯୋଗ କରିବାକୁ ଆସିଥିବା କହିଛନ୍ତି ।

Advertisment

କୋମଳମତିଙ୍କ ଅଭିଯୋଗର ଭିଡିଓ ଭାଇରାଲ

ଆନ୍ଧ୍ରପ୍ରଦେଶ ପୋଲିସ ନିଜର ଅଫିସିଆର ଟ୍ୱିଟର ହ୍ୟାଣ୍ଡେଲରେ କୋମଳମତି ପିଲାଙ୍କ ଏହି ଅଭିଯୋଗର ଭିଡିଓ ସେୟାର କରିଛି । ଅଳ୍ପ ସମୟ ମଧ୍ୟରେ ଭିଡିଓଟି ଭାଇରାଲ ହୋଇଯାଇଛି । ଭିଡ଼ିଓରେ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ପିଲା ସବୁଜ ସାର୍ଟରେ ଥିବା ପିଲା ଆଡ଼କୁ ଅଙ୍ଗୁଳି ଦେଖାଉଛି । ଏହି ସାଙ୍ଗ ମୋ ବିନା ଅନୁମତିରେ ପେନସିନ୍ ନେଇଯାଉଛି ବୋଲି କହିଛି । ପାଖରେ ପ୍ରମାଣ ଥିବା କଥା ମଧ୍ୟ କହୁଛି । ପ୍ରମାଣ ହାତରେ ଧରି ପୋଲିସ ନିକଟରେ ଅଭିଯୋଗ କରିବାକୁ ଆସିଛି । ଆଉ ପୋଲିସ୍ ବାବୁ ସାଙ୍ଗ ବିରୋଧରେ ମାମଲା ରୁଜୁ କରନ୍ତୁ ବୋଲି କହୁଛି।

Advertisment

ଦୁଇ ବନ୍ଧୁ ମଧ୍ୟରେ ଆପୋଷ ବୁଝାମଣା କଲେ ପୋଲିସ୍ ବାବୁ

ସହପାଠୀ ବିରୋଧରେ କେସ୍ କରିବା ପାଇଁ ଜିଦ୍ ଧରିବା ପରେ ଅଭିଯୋଗକୁ ଅତି ଆଗ୍ରହ ସହକାରେ ଶୁଣିଥିଲେ ପୋଲିସ୍ ବାବୁ । ଆଉ ଅଭିଯୋଗ କରିବାକୁ ଆସିଥିବା ପିଲାକୁ ବୁଝାଇଥିଲେ । ସହପାଠୀ ବିରୋଧରେ କେସ୍ ହେଲେ, ତାକୁ ଜେଲ୍ ଯିବାକୁ ପଡ଼ିବ । ସେ ଆଉ ପାଠ ପଢ଼ି ପାରିବନି । ଜେଲରେ ଜୀବନ ବହୁତ କଷ୍ଟସାଧ୍ୟ ବୋଲି ବୁଝାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଇବା ସହ ହାତ ମିଳାଇବାକୁ କୁହା ଯାଇଥିଲା । ଆଉ ସେହି ସମୟରେ ପୋଲିସ ଷ୍ଟେସନରେ ଠିଆ ହୋଇଥିବା ଅନ୍ୟ ସାଙ୍ଗସାଥୀ ମାନେ ହସୁଥିଲେ।

ପୋଲିସ କହିଲେ ଆଉ ଏପରି ହେବନି

ହେଲେ ସମସ୍ୟାର ସମାଧାନ ପରେ ମଧ୍ୟ ଅଭିଯୋଗ କରିଥିବା ଛାତ୍ର ମାମଲା ଦାୟର କରିବାକୁ ଜିଦ୍ ଧରିଥିଲା । ଭବିଷ୍ୟତରେ ଏପରି ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ ପୋଲିସ୍ ବାବୁ । ଉଭୟେ ଏବେ ପାଠ ପଢ଼ା ଉପରେ ଧ୍ୟାନ ଦିଅ ତଥା ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବାକୁ କହିଥିଲେ ।

Advertisment

ଆନ୍ଧ୍ର ପୋଲିସ କହିଛି, ଏହା ବିଭାଗ ଉପରେ ବିଶ୍ୱାସର ପ୍ରମାଣ

ଏହି ଘଟଣାରେ ଆନ୍ଧ୍ର ପୋଲିସ ଆଉ ଏକ ଟୁଇଟ୍ କରିଛି । ପୋଲିସ୍ ଉପରେ କେତେ ବିଶ୍ୱାସ ଅଛି, ତାହା ଏହି ଘଟଣାଟି ଦର୍ଶାଉଛି ବୋଲି କୁହାଯାଇଛି । ସମାଜର ପ୍ରତ୍ୟେକ ସମସ୍ୟାକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ସମାଧାନ କରିପାରେ ପୋଲିସ୍ ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ