Advertisment

’ମୋ ଗୋପାଳକୁ ଠିକ୍ କରିଦିଅ ଡାକ୍ତର ବାବୁ’ : କାନ୍ଦି କାନ୍ଦି ହସ୍ପିଟାଲରେ ପହଞ୍ଚି ଗୁହାରୀ କଲେ ପୂଜାରୀ

ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିଲା । ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ ।

ଅଦ୍ୟତନ ହୋଇଛି
Special Story

Special Story

Advertisment

ଆଗ୍ରା : ମେଡିକାଲରେ ପହଞ୍ଚିଲେ ଭଗବାନ। କାନ୍ଦି କାନ୍ଦି ଡାକ୍ତରଙ୍କୁ ଗୁହାରୀ କଲେ ପୂଜାରୀ। କାକୁତି ମିନନି ହୋଇ କହିଲେ, ମୋ ଲଡ୍ଡୁ ଗୋପାଳଙ୍କୁ ଠିକ କରିଦିଅ। ଏକଥାଟା ବିଶ୍ୱାସ ହେଉ ନଥିଲେ ବି ସତ। ଏମିତି ଘଟଣା ଘଟିଛି ଆଗ୍ରାରେ। ମନ୍ଦିରର ଜଣେ ପୂଜକ ଲଡ୍ଡୁ ଗୋପାଳଙ୍କ ପ୍ରତିମୂର୍ତ୍ତି ନେଇ ହଠାତ ହସ୍ପିଟାଲରେ ପହଞ୍ଚି ଥିଲେ। ଯାହାକୁ ନେଇ ତାଜୁବ ହୋଇ ଯାଇଥିଲେ ମେଡିକାଲ୍ କର୍ତ୍ତୃପକ୍ଷ। ଆଉ ଭଗବାନଙ୍କ ପ୍ରତି ଥିବା ତାଙ୍କର ଅନନ୍ୟ ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସୋସିଆଲ ମିଡିଆରେ ସେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଗତ ଶୁକ୍ରବାର ଲେଖ ସିଂହ ନାମକ ଜଣେ ପୂଜାରୀ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଧରି ମେଡିକାଲରେ ପହଂଚିଥିଲେ। କାନ୍ଦି କାନ୍ଦି ଚିକିତ୍ସା ପାଇଁ ନିବେଦନ କରୁଥିଲେ। ସକାଳେ ଗାଧୋଇ ଦେବା ବେଳେ କୁଆଡେ ମୂର୍ତ୍ତିଟି ପଡ଼ି ଯିବାରୁ ଲଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଛି। ଏଥିରେ ପୂଜାରୀ ଜଣଙ୍କ ଦୁଃଖ ପ୍ରକାଶ କରି ଭୋ ଭୋ ହୋଇ କାନ୍ଦିଥିଲେ। । ନିଜେ ଅନେକ ଥର ଗୋପାଳଙ୍କ ହାତକୁ ପ୍ଲାଷ୍ଟର କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ତାଙ୍କ କାନ୍ଦ ଓ ଭକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମେଡିକାଲ ଷ୍ଟାଫ। ଶେଷରେ ଲଡୁ ଗୋପାଳଙ୍କ ହାତର ପ୍ଲାଷ୍ଟର କରା ଯାଇଥିଲା। ଏହା ପରେ ଲଡୁ ଗୋପାଳଙ୍କୁ ଧରି ଘରକୁ ଫେରିଥିଲେ ପୁରୋହିତ।

ତେବେ ଏହା ପୂର୍ବରୁ ଏହି ପୂଜାରୀଙ୍କ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ମୂର୍ତ୍ତିଟିକୁ ହାତରେ ଧରି ପୂଜାରୀ ଜଣଙ୍କ କାନ୍ଥରେ ମୁଣ୍ଡ ପିଟୁଛନ୍ତି। ସେ ଯାହାବି ହେଉ ପୂଜାରୀଙ୍କ ଭକ୍ତି ଆଗରେ ହାର ମାନି ଅପରେସନ୍ ଥିଏଟରରେ ଲଡୁ ଗୋପାଳଙ୍କ ହାତ ପ୍ଲାଷ୍ଟର କରାଯାଇଛି।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ