President Murmu Teaches Students
ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ ଅବସରରେ ସେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ । ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପିଲାଙ୍କୁ ପାଠ ପଠାଇଥିଲେ ରାଷ୍ଟ୍ରପତି।
ଏ ଅବସରରେ ପିଲାଙ୍କ ସହ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିବା ସହ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ। ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାମ କରିବାକୁ ସେ ପିଲାଙ୍କୁ ଆହ୍ବାନ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ଆଜି ଶିକ୍ଷକ ଭୂମିକାରେ ପାଇ ପିଲା ମାନେ ବି ବେଶ ଉତ୍ସାହିତ ଥିଲେ ।
ଅଧିକ ପଢ଼ନ୍ତୁ: ସଟଲ କୁଇନ୍ ସାଇନା ନେହୱାଲଙ୍କ ସହ ଖେଳିଲେ ରାଷ୍ଟ୍ରପତି
ଏଠି କହି ରଖୁଛୁ ଯେ, ରାଜନୀତିକୁ ଆସିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷୟିତ୍ରୀ ଥିଲେ । ୨୦୨୨ ଜୁଲାଇ ୨୫ରେ ସେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721902578.jpg)