Advertisment

ସଟଲ କୁଇନ୍ ସାଇନା ନେହୱାଲଙ୍କ ସହ ଖେଳିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
undefined

Droupadi Murmu

Advertisment

ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି। ହାତରେ ରାକେଟ୍ ଧରି ସାଇନାଙ୍କ ସହ ବେଶ୍ କିଛି ସମୟ ପେଷାଦାର ଖେଳାଳି ଭଳି ଖେଳିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଏ ବ୍ୟାଡମିଣ୍ଟନ ଖେଳର ଦୃଶ୍ୟ ନିଜେ ରାଷ୍ଟ୍ରପତି ତ୍ୟାଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମହୋଦଧି କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

ଏବର୍ଷ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରଥମ ରାଷ୍ଟ୍ରପତି ଭାବେ ଘୋଷଯାତ୍ରାରେ ସାମିଲ ହୋଇ ଭକ୍ତିରେ ବିଭୋର ହେଲେ ମହାମହିମ ଦ୍ରୌପଦୀ ମୁର୍ମୁ। କେବଳ ସେ ନୁହଁନ୍ତି, ଚକା ଆଖିରେ ଆଖି ମିଶାଇ ଗଦଗଦ ହୋଇଥନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କ ସମେତ ବହୁ VVIP ।

ମହାପ୍ରଭୁ ଜଗନ୍ନାଥ ରଥାରୁଢ଼ ହେବା ପରେ ନିଜକୁ ଆଉ ରୋକି ପାରିନଥିଲେ ରାଷ୍ଟ୍ରପତି। ମଞ୍ଚରୁ ଓହ୍ଲାଇ ଆସି ବଡ଼ଦାଣ୍ଡରେ ଭୂମିଷ୍ଠ ପ୍ରଣାମ କରି ଭକ୍ତିରସରେ ଗଦ୍-ଗଦ ହୋଇ ଉଠିଥିଲେ। ଠିକ୍ ସେତିକି ବେଳେ ନନ୍ଦିଘୋଷରେ ଛେରାପହଁରା ସାରି ତଳକୁ ଓହ୍ଲାଇ ଆସୁଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତଳେ ଦେଶର ପ୍ରଥମ ନାଗରିକ ଆଉ ଚାରମାଳ ଉପରେ ଜଗନ୍ନାଥଙ୍କ ପ୍ରଥମ ସେବକ। ମହାପ୍ରଭୁଙ୍କ ପ୍ରତି ଉଭୟଙ୍କ ସମର୍ପଣ ଓ ଭକ୍ତିଭରା ନମସ୍କାର ସୃଷ୍ଟି କରିଥିଲା ଅନନ୍ୟ ଦୃଶ୍ୟ। ଏହାପରେ ତାମଜାନ ନିକଟରେ ଉଭୟଙ୍କ ସାକ୍ଷାତ ବେଳେ ନିଜ ବେକରୁ ପଦ୍ମଫୁଲର ମାଳ କାଢ଼ି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ଗଜପତି। ଏହି ଅବସରରେ ପବିତ୍ର ରଥ ଦଉଡ଼ିକୁ ବି ସ୍ପର୍ଶ କରିବାର ସୁଯୋଗ ହାତଛଡ଼ା କରିନଥିଲେ ଦ୍ରୌପଦୀ ମୁର୍ମୁ । କେବଳ ରାଷ୍ଟ୍ରପତି ନୁହଁନ୍ତି, ରଥଯାତ୍ରାକୁ ଚର୍ମଚକ୍ଷୁରେ ଦର୍ଶନ କରି ଧନ୍ୟ ହୋଇଥିଲେ ବହୁ ମାନ୍ୟଗଣ୍ୟ ଭିଭିଆଇପି।

Advertisment
President Of India Badminton Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ