Advertisment

ଗୋଆରେ ପ୍ରମୋଦଙ୍କ ସେକେଣ୍ଡ ଇନିଂସ; ଦିନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ

ଦ୍ୱିତୀୟ ଥର ପାଇଁ ଆଜି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ଚୟନ କରିଛି ।

ଅଦ୍ୟତନ ହୋଇଛି
Pramod Sawant to take oath as Chief Minister of Goa today, PM Narendra Modi to attend ceremony

ଆଜି ଦିନ ୧୧ଟାରେ ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିଶତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କ ପାଇଁ ସାମିଲ ହେବାକୁ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କେତେ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ସେ ନେଇ କୌଣସି ସଠିକ୍ ସୂଚନା ମିଳିନାହିଁ ।

Advertisment
Pramod Sawant Oath Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ