PM Narendra Modi attacks opposition parties over dynastic politics
ବେଙ୍ଗାଲୁରୁରେ ବିରୋଧୀ ମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ଏମାନଙ୍କୁ ଦେଖି ସାରା ଦେଶରେ ଲୋକମାନେ କଟ୍ଟର ଭ୍ରଷ୍ଟାଚାରୀମାନଙ୍କ ସମ୍ମିଳନୀ ହେଉଥିବା କହୁଛନ୍ତି। ବୈଠକରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ପଚରାଗଲେ ଚୁପ୍ ରହୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ହୋଇଥିଲା। କିନ୍ତୁ ସେମାନେ ମୁହଁ ଖୋଲି ନଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀଙ୍କ ଏହି ମେଳି ଅର୍ଥାତ୍ ବୈଠକରେ ପରିବାରବାଦକୁ ଦୃଢ ସମର୍ଥନ ଦିଆଯାଉଛି। ଦୁର୍ନୀତିରେ ବୁଡ଼ିଥିବା ନେତାମାନଙ୍କୁ ପ୍ରାଧାନ୍ୟ ମିଳୁଥିବା କହି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି। ଆଣ୍ଡାମାନ ନିକୋବରର ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂଆ ଅତ୍ୟାଧୁନିକ ଟର୍ମିନାଲ ବିଲ୍ଡିଂ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ମେଳିକୁ କଟାକ୍ଷ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1689670779.jpg)