Advertisment

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି; କହିଲେ, ସର୍ଜିକାଲ୍ ଷ୍ଟ୍ରାଇକର ପ୍ରମାଣ ମାଗୁଛି କଂଗ୍ରେସ

ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ । ବୈଠକ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଗୋଟିଏ ନ୍ୟାସନାଲ କନଭେନସନ ଓ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ହେଉଛି ।

PM Modi

PM Modi

Advertisment

ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ବିରୋଧୀଙ୍କୁ କଡ଼ା ଭାଷାରେ ନିନ୍ଦା କରିବା ସହ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କଂଗ୍ରେସ ତୁଷ୍ଟୀକରଣ, ପରିବାରବାଦ ଓ ଭ୍ରଷ୍ଟାଚାରର ଜନନୀ। ଦେଶର ସେନାଙ୍କ ମନୋବଳ ଭାଙ୍ଗିବାକୁ ପଛାଉନି କଂଗ୍ରେସ। ସର୍ଜିକାଲ୍ ଷ୍ଟ୍ରାଇକର ବି ପ୍ରମାଣ ମାଗୁଛି।

Advertisment

ବିପକ୍ଷ ପାଖରେ ଏବେ କୌଣସି ଏଜେଣ୍ଡା ନଥିବା ମୋଦି କହିଛନ୍ତି। ସବକା ସାଥ୍ ସବକା ବିକାଶ ଆମର ଲକ୍ଷ୍ୟ। ଅବକୀ ବାର୍ ୪୦୦ ପାର୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଏବେ ଛୋଟ ସ୍ୱପ୍ନର ସ୍ଥାନ ନାହିଁ। ବିକଶିତ ଭାରତ ପାଇଁ ବଡ଼ ଡିଆଁ ମାରିବାକୁ ପଡ଼ିବ। ରାଜନୀତି ନୁହେଁ, ରାଷ୍ଟ୍ରନୀତି ଆମର ଫୋକସ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିସହ ଆସନ୍ତା ୧୦୦ ଦିନ ଲାଗିପଡିବାପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବିକସିତ ଭାରତ ଲାଗି ବିଜେପି ସରକାରର ଆବଶ୍ୟକତା ଥିବା ଲୋକେ ଅନୁଭବ କଲେଣି। ଆଜି ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସମସ୍ତଙ୍କ ବିଶ୍ୱାସ ହାସଲ କରିବା ଆମର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି।

Advertisment

ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ । ବୈଠକ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଗୋଟିଏ ନ୍ୟାସନାଲ କନଭେନସନ ଓ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ହେଉଛି ।

ଆଜିର ଅଧିବେଶନ ଆରମ୍ଭ ହେବା ସମୟରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ବିଶ୍ୱାସ ଜିତିବା ହିଁ ମୂଳ ଲକ୍ଷ୍ୟ । ଅନ୍ୟପଟେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି କାର୍ଯ୍ୟକର୍ତ୍ତା ୨୪ ଘଣ୍ଟା ଧରି ଦେଶ ସେବା କରୁଛନ୍ତି । ସମସ୍ତଙ୍କ ବିଶ୍ୱାସ ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ସମସ୍ତ ଲାଭାର୍ଥୀଙ୍କ ନିକଟରେ କାର୍ଯ୍ୟକର୍ତ୍ତାମାନଙ୍କୁ ପହଞ୍ଚିବାକୁ ଆହ୍ୱାନ ଦେଇଛନ୍ତି । ଆଗାମୀ ୧୦୦ ଦିନ ଅଧିକରୁ ଅଧିକ କାମ କରିବାକୁ ପଡ଼ିବ । ସବୁ ନୂଆ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହେବ । ସବୁ କ୍ଷେତ୍ରରେ ଦ୍ରୁତଗତିରେ ବିକାଶ ହେଉଛି । ଦେଶ ଏବେ ଛୋଟ ସ୍ୱପ୍ନ ଦେଖିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଜେପିକୁ ୩୭୦ ସିଟ୍‌ ଜିତିବାକୁ ହିଁ ପଡ଼ିବ ବୋଲି କହିଛନ୍ତି ମୋଦି । ଏନଡିଏ ସରକାର ୪୦୦ ପାର୍‌ କରିବା ନେଇ ବିପକ୍ଷ କହୁଛି । ଦେଶରୁ ଆତଙ୍କବାଦ ଦୂର ହୋଇଛି, ୨୫ କୋଟିରୁ ଅଧିକ ଗରିବୀ ହଟିଛି । ରାଜନୀତି ନୁହେଁ, ରାଷ୍ଟ୍ରନୀତି ପାଇଁ ବାହାରିଛୁ । ମହାଘୋଟାଲାରୁ ଦେଶକୁ ମୁକ୍ତି ମିଳିଛି ବୋଲି କହିଛନ୍ତି ମୋଦି ।

ଯେଉଁମାନଙ୍କୁ କେହି ପଚାରିଲେ ନାହିଁ, ସେମାନଙ୍କ କଥା ବୁଝିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୧୦ ବର୍ଷରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବିପକ୍ଷ ଭାରତକୁ ବିକଶିତ କରିପାରିବ ନାହିଁ । ଏନଡିଏ ହିଁ ଭାରତକୁ ବିକଶିତ କରିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାତ ଦଶକ ପରେ ଅନୁଛେଦ ୩୭୦ର ଶେଷ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମିଛ ପ୍ରତିଶ୍ରୁତି ଦେବାରେ ବିପକ୍ଷର ଜବାବ ନାହିଁ । ଦେଶର କୋଣ ଅନୁକୋଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକ ଭାରତ ଶ୍ରେଷ୍ଠ ଭାରତ ଆମର ଭାବନା । ବିକଶିତ ଭାରତ ହେଉଛି ମୋଦିର ଗ୍ୟାରେଣ୍ଟି । ସବ୍‌କା ସାଥ୍‌, ସବ୍‌କା ବିକାଶ ଆମର ମନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

PM Modi BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ