Advertisment

ଇସ୍ରାଏଲ-ହମାସ ଯୁଦ୍ଧ: ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

'ଦୁଇ ରାଷ୍ଟ୍ର ଫର୍ମୁଲାରେ ବିବାଦର ସମାଧାନ କରାଯାଉ.....ଭାରତ ନିଜ ପୂର୍ବ ଆଭିମୁଖ୍ୟରେ ଅଟଳ ରହିଛି..ଗାଜାରେ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ଭାରତ ଚିନ୍ତିତ..

ଅଦ୍ୟତନ ହୋଇଛି
PM Modi dials Palestinian President

Modi speaks to Palestine President

Advertisment

ଇସ୍ରାଏଲ-ହମାସ ଘମାଘୋଟ ଯୁଦ୍ଧ ଭିତରେ ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାଜାରେ ପାଲେଷ୍ଟିନୀୟଙ୍କ ପ୍ରତି ଭାରତ ସମସ୍ତ ପ୍ରକାର ମାନବୀୟ ସହାୟତା ଜାରି ରଖିବ ବୋଲି ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ କହିଛନ୍ତି ମୋଦି। 

Advertisment

ସେପଟେ ସିଧା କଥାବାର୍ତ୍ତା ମାଧ୍ୟମରେ ଇସ୍ରାଏଲ-ପାଲେଷ୍ଟାଇନ ଦୁଇ ରାଷ୍ଟ୍ର ଫର୍ମୁଲାରେ ବିବାଦର ସମାଧାନ କରାଯାଉ ଏବଂ ଭାରତ ନିଜ ପୂର୍ବ ଆଭିମୁଖ୍ୟରେ ଅଟଳ ରହିଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚି। ଗାଜାରେ ସାଧାରଣ ଲୋକଙ୍କ ମୃତ୍ୟୁ ଓ ସେମାନେ ସାମନା କରୁଥିବା ମାନବୀୟ ସଂକଟକୁ ନେଇ ଭାରତ ଚିନ୍ତିତ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଭାରତକୁ ମାଳଦ୍ୱୀପ ଅଡୁଆ, ଭାରତୀୟ ସୈନ୍ୟଙ୍କୁ ଫେରାଇ ଦେବା କଥା କହିଲେ ନୂଆ ରାଷ୍ଟ୍ରପତି

Advertisment

ତେବେ ଆତଙ୍କବାଦୀ ସଂଗଠନ ହମାସର ବର୍ବରୋଚିତ ଆକ୍ରମଣକୁ ଭାରତ ଘୋର ଭାବେ ନିନ୍ଦା କରେ ବୋଲି ସେ ଦୋହରାଇଛନ୍ତି। ଆତଙ୍କବାଦକୁ ମୂଳପୋଛ କରିବା ଲାଗି ଅନ୍ତର୍ଜାତୀୟ ସମୁଦାୟ ଏକାଠି ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜା ହସପିଟାଲରେ ହୋଇଥିବା ଆକ୍ରମଣର ଘୋର ନିନ୍ଦା କରିଥିଲେ । ଏଥିପାଇଁ ଯିଏ ବି ଦାୟୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।...

Advertisment

ସେପଟେ ଯୁଦ୍ଧତ୍ରସ୍ତ ଇସ୍ରାଏଲକୁ ବିଶ୍ୱନେତାଙ୍କ ଘନଘନ ଗସ୍ତ। ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଗସ୍ତର ପରଦିନ ରାଜଧାନୀ ତେଲ୍ ଅଭିଭରେ ପହଞ୍ଚି ଇସ୍ରାଏଲକୁ ନିଜ ପୂର୍ଣ୍ଣ ସମର୍ଥନ ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ । ଏଭିତରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ୨ ସପ୍ତାହ ପୂରିବାକୁ ବସିଲାଣି।

ଗାଜା ସୀମାରେ ଆକ୍ରମଣ ନିର୍ଦ୍ଦେଶ ଅପେକ୍ଷାରେ ରହିଛି ଶହ ଶହ ଇସ୍ରାଏଲୀ ଟ୍ୟାଙ୍କ୍ ଓ ହଜାର ହଜାର ସୈନ୍ୟ। ଏସବୁ ଭିତରେ ସେନାଙ୍କ ମନୋବଳ ବଢ଼ାଇବା ପାଇଁ ସାଧାରଣ ଇସ୍ରାଏଲୀ ବି ଜାରି ରଖିଛନ୍ତି ପ୍ରୟାସ ।...

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ