Advertisment

ବଢିଲା ମୋଦିଙ୍କ ସମ୍ପତ୍ତି, ଜାଣନ୍ତୁ କେତେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ୍ ସମ୍ପତ୍ତି ପରିମାଣ ୩.୦୭ କୋଟି ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍‌ର ନଗଦ ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି । ୨୦୨୦ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ଥିଲା ୨.୮୫ କୋଟି ଟଙ୍କା

undefined

PM Modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ୍ ସମ୍ପତ୍ତି ପରିମାଣ ୩.୦୭ କୋଟି ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍‌ର ନଗଦ ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି । ୨୦୨୦ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ଥିଲା ୨.୮୫ କୋଟି ଟଙ୍କା । ତେବେ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ୯ ମାସ ମଧ୍ୟରେ ଏହା ୨୨ ଲକ୍ଷ ବଢି ୩,୦୭,୬୮,୮୮୫ ଟଙ୍କା ହୋଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ନିଜର ଗାଡି ନଥିବା ବେଳେ ଗହଣା ଭିତରେ ରହିଛି ୪ଟି ସୁନା ମୁଦି ।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ୮.୯ ଲକ୍ଷ ଟଙ୍କାର ଜାତୀୟ ସଞ୍ଚୟ ପ୍ରମାଣପତ୍ର ରହିଛି। ଏହା ବ୍ୟତୀତ ୧.୫ ଲକ୍ଷ ଟଙ୍କାର ଜୀବନ ବୀମା ପଲିସି ଏବଂ ଏଲଆଣ୍ଡଟି ଇନଫ୍ରାଷ୍ଟ୍ରକଚର ବଣ୍ଡ୍ ବି ଅଛି। ସେ ଏହି ବଣ୍ଡ୍ ୨୦୧୨ ମସିହାରେ ୨୦,୦୦୦ ଟଙ୍କାରେ କିଣିଥିଲେ। ଗାନ୍ଧୀନଗର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଜମା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି । ମୋଦିଙ୍କ ଘୋଷଣା ଅନୁଯାୟୀ, ମାର୍ଚ୍ଚ ୩୧ ସୁଦ୍ଧା ଜମା ରାଶି ପରିମାଣ ୧.୮୬ କୋଟି ଟଙ୍କା ହୋଇଛି । ଯାହା ଗତବର୍ଷ ୧.୬ କୋଟି ଟଙ୍କା ଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ କୌଣସି ଗାଡି ନାହିଁ। ତାଙ୍କ ନିକଟରେ ୧.୪୮ ଲକ୍ଷ ଟଙ୍କାର ୪ଟି ସୁନା ମୁଦି ଅଛି । ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ତାଙ୍କ ବ୍ୟାଙ୍କ ବାଲାନ୍ସ ୧.୫ ଲକ୍ଷ ଟଙ୍କା ଥିଲା । ତାଙ୍କ ନିକଟରେ ନଗଦ ୩୬,୦୦୦ ଟଙ୍କା ଥିଲା। ଯାହା ଗତ ବର୍ଷ ତୁଳନାରେ କମ୍ ।

Advertisment

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦି କୌଣସି ନୂଆ ସମ୍ପତ୍ତି କିଣି ନାହାନ୍ତି। ୨୦୦୨ ମସିହାରେ କିଣାଯାଇଥିବା ତାଙ୍କର ଏକମାତ୍ର ଆବାସିକ ସମ୍ପତ୍ତିର ମୂଲ୍ୟ ହେଉଛି ୧.୧ କୋଟି ଟଙ୍କା । ଏହା ଏକ ଜଏଣ୍ଟ ସମ୍ପତ୍ତି । ଏହି ସମ୍ପତ୍ତିରେ ପ୍ରଧାନମନ୍ତ୍ରୀର ଏକ ଚତୁର୍ଥାଂଶ ଭାଗ ରହିଛି । ମୋଟ୍ ୧୪,୧୨୫ ବର୍ଗଫୁଟ ସମ୍ପତ୍ତିରୁ ୩,୫୩୧ ବର୍ଗଫୁଟ ସମ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କର ।

Advertisment

ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାର ନିଷ୍ପତ୍ତି ନେଇଥିଲେ ଯେ, ସାଧାରଣ ଜୀବନରେ ଅଧିକ ସ୍ବଚ୍ଛତା ପାଇଁ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ସ୍ବେଚ୍ଛାକୃତ ଭାବେ ସେମାନଙ୍କର ସମ୍ପତ୍ତି ଏବଂ ନେଣଦେଣର ଘୋଷଣା କରିବାକୁ ପଡିବ । ଏହି ଘୋଷଣା ସାର୍ବଜନୀନ ଡୋମେନରେ ଉପଲବ୍ଧ ଏବଂ ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍ ମାଧ୍ୟମରେ ତାହା ଜାଣିହେବ।

Narendra Modi Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ