Advertisment

ପରୀକ୍ଷା ପେ’ ଚର୍ଚ୍ଚା: ‘ସ୍ମାର୍ଟ ଉପାୟରେ ହାର୍ଡ ୱାର୍କ କର, ମା’ଙ୍କଠୁ ଶିଖ ଟାଇମ୍ ମ୍ୟାନେଜମେଣ୍ଟ’

ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି।

ଅଦ୍ୟତନ ହୋଇଛି
Pariksha Pe Charcha 2023

Pariksha Pe Charcha 2023

Advertisment

ସ୍ମାର୍ଟ ଉପାୟରେ କର ହାର୍ଡ ୱାର୍କ। କାରଣ କେବଳ ହାର୍ଡ ୱାର୍କରେ ସଫଳତା ମିଳିବନି। ଆଜି କିଛି ଏଭଳି ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ତାଲକୋଟା ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ’ ଚର୍ଚ୍ଚାର ଷଷ୍ଠତମ ଏଡିସନ୍‌ରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି। ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ପିଲା ପଚାରିଲେ ପରୀକ୍ଷାରେ କପି କେମିତି ବନ୍ଦ ହେବ ? କ’ଣ କହିଲେ ପ୍ରଧାନମନ୍ତ୍ରୀ, ଶୁଣନ୍ତୁ

ପ୍ରଧାନମନ୍ତ୍ରୀ କହିଛନ୍ତି, ଚାପର ବଶବର୍ତ୍ତୀ ହୋଇ ଲକ୍ଷ୍ୟରୁ ବିଚ୍ୟୁତ ହୁଅନ୍ତୁନି। ପ୍ରତ୍ୟେକ ଛାତ୍ର ଜୀବନରେ ଟାଇମ୍ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହେବା ଗୁରୁତ୍ୱପୂର୍ଣ୍ଣ। ଜୀବନରେ ଟାଇମ୍ ମ୍ୟାନେଜମେଣ୍ଟ ମା’ଙ୍କଠୁ ଶିଖିପାରିବା। ମା’ଙ୍କୁ ଦେଖନ୍ତୁ, ଟାଇମ୍ ମ୍ୟାନେଜମେଣ୍ଟର ମହତ୍ତ୍ୱ ବୁଝିପାରିବେ। ସେ ଯେପରି ଘରର ସବୁ କାମ ଠିକ୍ ସମୟରେ କରନ୍ତି, ସେହିପରି ପିଲାଏ ବି କରନ୍ତୁ ବୋଲି ମୋଦି କହିଛନ୍ତି। ଏହାସହ ମନ ଖୋଲି ଚାପମୁକ୍ତ ରହି ପରୀକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି। ଆଗକୁ ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ହେବାକୁ ଯାଉଛି।

Advertisment

ପସନ୍ଦ ଲାଗୁନଥିବା ବିଷୟକୁ ସବୁବେଳେ ଛାତ୍ରଛାତ୍ରୀ ବୋଝ ଭଳି ଭାବନ୍ତି। ତେବେ ପସନ୍ଦ, ଅପସନ୍ଦ ବିଷୟକୁ ନେଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଯାହା ଅପସନ୍ଦ ବିଷୟ ସେଥିପ୍ରତି ବି ଯଥେଷ୍ଟ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥର ପରୀକ୍ଷା ପେ’ ଚର୍ଚ୍ଚାରେ ପରୀକ୍ଷାରେ କପି କରୁଥିବା ଛାତ୍ରଙ୍କୁ ନେଇ ଓଡ଼ିଶାର କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ତନ୍ମୟ ବିଶ୍ୱାଳ ପ୍ରଶ୍ନ କରିଥିଲେ।

କପି କରୁଥିବା ଛାତ୍ରଛାତ୍ରୀଙ୍କୁ କିପରି ରୋକାଯାଇପାରିବ, ସେମାନଙ୍କୁ ଏହା ନକରିବାକୁ କ’ଣ ବାର୍ତ୍ତା ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ପଚାରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଜବାବ ଅନେକ ଉଦାହରଣ ସହ ଦେଇଥିଲେ। କପି କରି ସିନା ପରୀକ୍ଷାରେ ପାସ୍ ହୋଇଯିବ। କିନ୍ତୁ ଆଗକୁ ଯାଇ ଅଟକି ଯିବ। ସର୍ଟକର୍ଟରେ ଜୀବନରେ ସଫଳତା ମିଳେନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment
PM Narendra Modi Pariksha Pe Charcha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ