Advertisment

ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟୀକରଣକୁ ନେଇ ପିଏମଙ୍କ ହୁଙ୍କାର

ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପରିବାରବାଦ, ତୁଷ୍ଟୀକରଣ ବିରୋଧରେ ଲଢ଼ିବି। ଭ୍ରଷ୍ଟାଚାର ଦୂର ପାଇଁ ମୁଁ ସଂକଳ୍ପ ନେଇଛି। ୩ଟି କୁବ୍ୟବସ୍ଥା ଯଥା ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟୀକରଣ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି । ପରିବାରବାଦକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

କହିଛନ୍ତି ଏଠି ପାର୍ଟି ପରିବାର ପାଇଁ, ପାର୍ଟି ପରିବାରର, ପାର୍ଟି ପରିବାର ଦ୍ୱାରା ଚାଲିଛି । ୨୦୧୪ରେ ପରିର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲି । ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ପାଇଁ କାର୍ଯ୍ୟ କରି ଚାଲିଛି । ଆସନ୍ତା ୫ ବର୍ଷ ୨୦୪୭ ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି ।.

ସେହପରି ମୋଦି କହିଛନ୍ତି, ଭ୍ରଷ୍ଟାଚାର ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା। ୧୦ ବର୍ଷ ତଳେ ରାଜ୍ୟକୁ ୩୦ ଲକ୍ଷ କୋଟି ଟଙ୍କା ଯାଉଥିଲା ବର୍ତ୍ତମାନ ରାଜ୍ୟମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଉଛି । ଗରିବଙ୍କ ଘର ପାଇଁ କେବଳ ୯୦ ହଜାର ମିଳୁଥିଲା । ବର୍ତ୍ତମାନ ଏହାକୁ ବଢ଼ାଇ ୪ ଲକ୍ଷ ଟଙ୍କାରେ ପହଞ୍ଚା ଯାଇଛି । ୫ ବର୍ଷ ଭିତରେ ୧୩.୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି ।

Advertisment

ଦେଶରୁ ଗରିବୀ କମିଲେ ମଧ୍ୟମ ବର୍ଗଙ୍କ ଶକ୍ତି ବଢିବ। ଏଣୁ ଆସନ୍ତା ୫ବର୍ଷ ଏହା ପୂରଣ କରିବାକୁ ଲକ୍ଷ୍ୟ ଥିବା ସେ କହିଛନ୍ତି । ଆଧୁନିକତା ଆଡେ ଦେଶ ଅଗ୍ରସର ହେଉଛି, ଏଣୁ କେବେ ଥକିବୁନି କିମ୍ବା ହାରିବୁନି ବୋଲି ମୋଦି କହିଛନ୍ତି ।

PM Modi Nepotism Corruption Appeasement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ