Advertisment

Pink Micromoon in India: ଆଜି ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ; ଜାଣନ୍ତୁ କେମିତି ଦେଖିବେ...

ଚୈତ୍ର ପୂର୍ଣ୍ଣିମାରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆସନ୍ତାକାଲି ଭାରତୀୟ ସମୟ ଭୋର୍ ୫ଟା ୫୧ରେ ପିଙ୍କ୍ ମାଇକ୍ରୋମୁନ୍ ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
undefined

Pink Micromoon in India

Advertisment

ଆଜି ଆକାଶରେ ଝଟକିବ ଗୋଲାପୀ ଜହ୍ନ। ଏଥିସହ ସ୍ବାଭାବିକ ଆକାର ଠାରୁ ଜହ୍ନ ସାମାନ୍ୟ ଛୋଟ ଦେଖାଯିବ। ଏହାକୁ କୁହାଯାଉଛି ପିଙ୍କ୍ ମାଇକ୍ରୋମୁନ୍। ଚୈତ୍ର ପୂର୍ଣ୍ଣିମାରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆଜି ଅଳ୍ପ ମାତ୍ରରେ ଓ ଆସନ୍ତାକାଲି ଭାରତୀୟ ସମୟ ଭୋର୍ ୫ଟା ୫୧ରେ ପିଙ୍କ୍ ମାଇକ୍ରୋମୁନ୍ ଦେଖିବାକୁ ମିଳିବ। ଏପ୍ରିଲ ମାସର ପ୍ରଥମ ପୂର୍ଣ୍ଣିମା ଚାନ୍ଦକୁ ପିଙ୍କ୍ ମୁନ୍ ବା ଗୋଲାପୀ ଜହ୍ନ କୁହାଯାଏ। 

Advertisment

ତେବେ ରାତିରେ ଚନ୍ଦ୍ର ପ୍ରକୃତରେ ଗୋଲାପୀ ରଙ୍ଗର ଦେଖାଯିବ ନାହିଁ। ଉତ୍ତର ଆମେରିକାରେ ବସନ୍ତ ଋତୁର ଆଗମନ ସହ ଏକ ଗୋଲାପୀ ରଙ୍ଗର ଜଙ୍ଗଲୀ ଫୁଲ ପ୍ରଚୁର ମାତ୍ରାରେ ଫୁଟୁଥିବାରୁ ଏହାକୁ ପିଙ୍କ ମୁନ୍ ବୋଲି କୁହାଯାଏ। କିନ୍ତୁ ମହାକାଶ ବିଜ୍ଞାନ ଦୃଷ୍ଟିରୁ ଆଜି ମାଇକ୍ରୋମୁନ୍ ହେଉଥିବାରୁ ଏହାକୁ ଗୁରୁତ୍ବ ଦିଆଯାଉଛି। ମାଇକ୍ରୋମୁନ୍ ଅର୍ଥ ଜହ୍ନ ସ୍ବାଭାବିକ ଠାରୁ ଛୋଟ ଓ ସ୍ବଳ୍ପ ଉଜ୍ଜ୍ବଳ ଦେଖାଯିବ। ଏହି ସମୟରେ ଚନ୍ଦ୍ର ପୃଥିବୀ ଠାରୁ ସବୁଠୁ ଦୂରରେ ରହୁଥିବାରୁ ଏଭଳି ଘଟିବ। ଚନ୍ଦ୍ର ଯେତେବେଳେ ପୃଥିବୀର ସବୁଠୁ ପାଖରେ ରହେ, ତାକୁ କୁହାଯାଏ ସୁପରମୁନ୍। ତେବେ ମାଇକ୍ରୋମୁନ୍ ବ୍ୟାସ ସୁପରମୁନ୍ ଠାରୁ ୧୪ ପ୍ରତିଶତ ଛୋଟ ଦେଖାଯାଏ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିମାନ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ

କେମିତି ଦେ‌ଖିବେ ? 

ଗୋଲାପୀ ଜହ୍ନକୁ ଦେଖିବା ଲାଗି ଆପଣ ଏପରି ଏକ ସ୍ଥାନ ବାଛିପାରିବେ ଯେଉଁଠାରେ ଅଧିକ ଆଲୋକ ଆସୁନଥିବ ଅର୍ଥାତ ଏକ ଅନ୍ଧାର ସ୍ଥାନ ହୋଇଥିବ । ଯେପରିକି ଖୋଲା ପଡ଼ିଆ, ପାହାଡ ଓ ସମୁଦ୍ର ଉପକୂଳ ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ଲାଗି ଆଦର୍ଶ ସ୍ଥାନ ହୋଇଥାଏ । ଯଦି ଆପଣ ସହରାଞ୍ଚଳରେ ରହୁଛନ୍ତି ତେବେ ଛାତ ଉପରକୁ ଯାଆନ୍ତୁ, ନଚେତ କୌଣସି ଉଚ୍ଚ ଅଟ୍ଟାଳିଳା ଉପରକୁ ଯାଆନ୍ତୁ ଯେଉଁଠାରେ ଆପଣଙ୍କୁ ପୂର୍ବ ଆକାଶ ସ୍ପଷ୍ଟ ଦୃଶ୍ୟମାନ ହେବ ।

Advertisment

କାହିଁକି ଏହାକୁ ଗୋଲାପୀ ଜହ୍ନ କୁହାଯାଏ ?

ପ୍ରତିବର୍ଷ ଏପ୍ରିଲରେ ପଡୁଥିବା ପୂର୍ଣ୍ଣିମା ଦିନ ଗୋଲାପୀ ଜହ୍ନ ଆକାଶରେ ଦୃଶ୍ୟମାନ ହୋଇଥାଏ । ଏହି ସମୟରେ ଜହ୍ନ ଗୋଲାକାର ହୋଇଥାଏ । ତେବେ ବାସ୍ତବରେ ଜହ୍ନର ରଙ୍ଗ ଗୋଲାପୀ ରଙ୍ଗର ଦିଶିନଥାଏ, ଏହା ସୁବର୍ଣ୍ଣ ବା ଅଧିକ ଚମକପୂର୍ଣ୍ଣ ଦିଶିଥାଏ । ବାସ୍ତବରେ ଆମେରିକୀୟମାନେ ଏହାକୁ 'ଗୋଲାପୀ ଜହ୍ନ' ନାମରେ ନାମିତ କରିଥିଲେ ଯାହାକି ବସନ୍ତ ଋତୁରେ ଫୁଟୁଥିବା ​​ଫୁଲ ଯେପରିକି ମସ୍‌ ପିଙ୍କ୍‌ ଓ ଫ୍ଲକ୍ସର ରଙ୍ଗକୁ ପ୍ରତିଫଳିତ କରିଥାଏ । ଗୋଲାପୀ ଚନ୍ଦ୍ର ଇଷ୍ଟର ରବିବାରର ତାରିଖକୁ ମଧ୍ୟ ନିର୍ଣ୍ଣୟ କରିବାରେ ଏକ ଭୂମିକା ଗ୍ରହଣ କରିଥାଏ । ଏହି ବର୍ଷ ଇଷ୍ଟର୍ ଏପ୍ରିଲ୍ ୨୦ ତାରିଖରେ ପଡୁଥିବାବେଳେ ଗତ ବର୍ଷ ତୁଳନାରେ ପ୍ରାୟ ଏକ ମାସ ପରେ ପଡୁଛି ।

ଅଧିକ ପଢ଼ନ୍ତୁ: ଭାରତକୁ ବି ରହିଛି କି ବଡ଼ ଭୂମିକଂପ ଭୟ ?

Moon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ