Advertisment

ଆଉ କେତେ ବଢିବ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ?

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛଇ ତୈଳ ଦର । ପ୍ରତିଦିନ ଦର ବୃଦ୍ଧି ହେତୁ ଏକ ପରକାରର ରେକର୍ଡ ସୃଷ୍ଟି କରୁଛି । ଇଣ୍ଡିଆନ୍ ଅଏଲ୍‌ ପକ୍ଷରୁ ତେଲ ଦର ପରିବର୍ତ୍ତନ କରାଯାଇଛି ।

Petrol price today on 07 october 2021 hiked in delhi Mumbai Chennai and Kolkata check you city lates

Petrol price today on 07 october 2021 hiked in delhi Mumbai Chennai and Kolkata check you city lates

Advertisment

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛଇ ତୈଳ ଦର । ପ୍ରତିଦିନ ଦର ବୃଦ୍ଧି ହେତୁ ଏକ ପରକାରର ରେକର୍ଡ ସୃଷ୍ଟି କରୁଛି । ଇଣ୍ଡିଆନ୍ ଅଏଲ୍‌ ପକ୍ଷରୁ ତେଲ ଦର ପରିବର୍ତ୍ତନ କରାଯାଇଛି । ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୫-୩୫ ପଇସା ବୃଦ୍ଧି ପାଇଥିବାରୁ ପେଟ୍ରୋଲ ମୂଲ୍ୟ ୧୦୬ ଟଙ୍କା ଅତିକ୍ରମ କରିଛି । ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା ୯୫ ଟଙ୍କାକୁ ଛୁଇଁଛି । ଏହାସହ, ଆଜି ମୁମ୍ବାଇରେ ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୩୭ ପଇସା ମହଙ୍ଗା ହୋଇଛି, ଫଳରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କାରେ ବିକ୍ରି ହେଉଛି ।

Advertisment

ଆପଣଙ୍କ ସହରରେ କେତେ ରହିଛି ତୈଳ ଦର

  • ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୬.୧୯ ଟଙ୍କା; ଡିଜେଲ ଦର ଲିଟର ପିଛା ୯୪.୯୨ ଟଙ୍କା
  • ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୨.୧୨ ଟଙ୍କା; ଡିଜେଲ ଦର ଲିଟର ପିଛା ୧୦୨.୮୯ ଟଙ୍କା
  • କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୧୦୬.୭୭ ଟଙ୍କା; ଡିଜେଲ ଦର ଲିଟର ପିଛା ୯୮.୦୩ ଟଙ୍କା
  • ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୩.୩୧ ଟଙ୍କା; ଡିଜେଲ ଦର ଲିଟର ପିଛା ୯୯.୨୬ ଟଙ୍କା
  • ନୋଏଡାରେ ପେଟ୍ରୋଲ ଦର ଲିଟର ପିଛା ୧୦୩.୪୦ଟଙ୍କା; ଡିଜେଲ ଦର ଲିଟର ପିଛା ୯୫.୫୬ ଟଙ୍କା
  • ବେଙ୍ଗାଲୁରୁରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୮୯ ଟଙ୍କା; ଡିଜେଲ ଦର ଲିଟର ପିଛା ୧୦୦.୭୫ ଟଙ୍କା
  • ଭୋପାଳରେ ପେଟ୍ରୋଲ ଦର ଲିଟର ପିଛା ୧୧୪.୮୧ଟଙ୍କା; ଡିଜେଲ ଦର ଲିଟର ପିଛା ୧୦୪.୧୫ ଟଙ୍କା
  • ପାଟନାରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୬୪ ଟଙ୍କା; ଡିଜେଲ ଦର ଲିଟର ପିଛା ୧୦୧.୫୦ ଟଙ୍କା
  • ଲକ୍ଷ୍ନୌରେ ପେଟ୍ରୋଲ ଦର ଲିଟର ପିଛା ୧୦୩.୧୮ ଟଙ୍କା; ଡିଜେଲ ଦର ଲିଟର ପିଛା ୯୫.୩୭ ଟଙ୍କା
  • ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ; ଡିଜେଲ ଲିଟର ପିଛା ୯୪.୬୪ ଟଙ୍କା

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।

Advertisment
Petrol Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ