ଖାଉଟିଙ୍କୁ ମହଙ୍ଗା ମାଡ; ଆଜି ପୁଣି ବଢିଲା ତୈଳ ଦର

ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

petrol hike

News Summary

ଖାଉଟିଙ୍କୁ ମହଙ୍ଗା ମାଡ

ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ଦ୍ଧିତ ଦର ଅନୁସାରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍‌ ଲିଟର ପିଛା ୩୫ ପିଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୭୯ ଟଙ୍କା ରହିଥିବାବେଳେ ଡିଜେଲ୍‌ ମୂଲ୍ୟ ଲିଟର ପିଛା ୯୩.୫୪ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୭୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୧.୪୦ ଟଙ୍କା ରହିଛି । ସେହିପରି ପାଟନାରେ ପେଟ୍ରୋଲ ଲିଟର ପିଛା୧୦୮.୦୪ ଟଙ୍କା ଥିବାବେଳେ ଡିଜେଲ୍‌ ଲିଟର ପିଛା ୧୦୦.୭ ଟଙ୍କାରେ ପହଞ୍ଚିଛି ।

ବର୍ଦ୍ଧିତ ଦର ଅନୁଯାୟୀ, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫.୪୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା୯୬.୬୩ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରହିଥିବାବେଳେ ଡିଜେଲ ଲିଟର ପିଛା ୯୭.୯୩ ଟଙ୍କା ରହିଛି । ଚଣ୍ଡିଗଡ଼ରେ ପେଟ୍ରୋଲ ପିଛା୧୦୦.୮୬ ଟଙ୍କା ଥିବାବେଳେ ଡିଜେଲ୍‌ ମୂଲ୍ୟ ଲିଟର ପିଛା ୯୩.୩୪ ଟଙ୍କା ରହିଛି ।

ଜାଣନ୍ତୁ ଆପଣଙ୍କ ସହରରେ ଲିଟର ପିଛା କେତେ ରହିଛି

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦.୭୫ ଟଙ୍କା ; ଡିଜେଲ ଲିଟର ପିଛା ୧୦୧.୪୦ ଟଙ୍କା

କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫.୪୩ ଟଙ୍କା ; ଡିଜେଲ ଲିଟର ପିଛା ୯୬.୬୩ ଟଙ୍କା

ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୧୦ ଟଙ୍କା ; ଡିଜେଲ ଲିଟର ପିଛା ୯୭.୯୩ ଟଙ୍କା

ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୮.୪୪ ଟଙ୍କା ; ଡିଜେଲ ଲିଟର ପିଛା ୯୯.୨୬ ଟଙ୍କା

ଭୋପାଳରେ ପେଟ୍ରୋଲ ଲିଟର ପିଛା୧୧୭.୫୨ ଟଙ୍କା ; ଡିଜେଲ ଲିଟର ପିଛା ୧୧୩.୩୭ ଟଙ୍କା

ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୧୦୧.୮୧ ଟଙ୍କା , ଡିଜେଲ ଲିଟର ପିଛା ୯୩.୯୬ ଟଙ୍କା

ପାଟନାରେ ପେଟ୍ରୋଲ ଲିଟର ପିଛା ୧୦୮.୦୪ ଟଙ୍କା ; ଡିଜେଲ - ଲିଟର ପିଛା ୧୦୦.୦୭ ଟଙ୍କା

ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପିଛା ୧୦୦.୮୬ ଟଙ୍କା ; ଡିଜେଲ - ଲିଟର ପିଛା ୯୩.୩୪ ଟଙ୍କା

କେମିତି ଜାଣିବେ ନୂଆ ତୈଳ ଦର 

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।