Advertisment

ପୁଣି ଆଧାର-ପାନ ଲିଙ୍କ୍‌ର ଅବଧୀ ବଢାଇଲେ କେନ୍ଦ୍ର ସରକାର

ଆପଣ ଆଧାର ସହ ପାନ ସଂଯୋଗ କରିନାହାନ୍ତି। ଯଦି ନା ତେବେ ଆପଣଙ୍କ ଲାଗି ଏହା ବଡ଼ ଖବର। କାରଣ ପୁଣି ଥରେ ଆଧାର-ପାନ ସଂଯୋଗ ଯୋଡ଼ିବାକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର। ଆହୁରି ୬ ମାସ ପର୍ଯ୍ୟନ୍ତ ଏହି ତାରିଖକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର

pan-adhar

pan-adhar

Advertisment

ନୂଆଦିଲ୍ଲୀ: ଆପଣ ଆଧାର ସହ ପାନ ସଂଯୋଗ କରିନାହାନ୍ତି। ଯଦି ନା ତେବେ ଆପଣଙ୍କ ଲାଗି ଏହା ବଡ଼ ଖବର। କାରଣ ପୁଣି ଥରେ ଆଧାର-ପାନ ସଂଯୋଗ ଯୋଡ଼ିବାକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର। ଆହୁରି ୬ ମାସ ପର୍ଯ୍ୟନ୍ତ ଏହି ତାରିଖକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ୍‌ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ରହିଛି। ଯଦି ଆପଣ ଆଧାର ସହ ପାନକୁ ଯୋଡ଼ି ନାହାନ୍ତି ତେବେ ଏହି ସମୟ ମଧ୍ୟରେ ଯୋଡ଼ିବା ଲାଗି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଆଧାର ସହ ପାନ ଯୋଡ଼ିବାକୁ ସରକାର ସମୟ ଦେଇଥିଲେ।

Advertisment

କିନ୍ତୁ ଏବେ ବି ଦେଶର ଅନେକ ଲୋକ ନିଜର ଆଧାର କାର୍ଡ଼ ସହ ପାନ କାର୍ଡ଼କୁ ଯୋଡ଼ି ନାହାନ୍ତି। ଏହାସହ କରୋନାର ଦ୍ୱିତୀୟ ଲହରରେ ଏହି କାମ ଗୋଟିଏ ପ୍ରକାର ବନ୍ଦ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସମସ୍ତ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି। ତେବେ ଏଠାରେ ସ୍ପଷ୍ଟ କରୁଛୁ, କେବଳ ଏବେ ନୁହେଁ ବରଂ ପୂର୍ବରୁ ଅନେକ ଥର ଆଧାର-ପାନର ସଂଯୋଗ ତାରିଖକୁ ବଢାଇଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଏକ ବିବୃତ୍ତିରେ କହିଛି ଯେ କୋଭିଡ -19 ମହାମାରୀ ହେତୁ ବିଭିନ୍ନ ହିତାଧିକାରୀ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମା ବୃଦ୍ଧି କରାଯାଇଛି। ସିବିଡିଟି କହିଛି, ପ୍ୟାନକୁ ଆଧାର ସହିତ ସଂଯୋଗ କରିବା ପାଇଁ ଆୟକର ବିଭାଗକୁ ଆଧାର ନମ୍ବର ରିପୋର୍ଟ କରିବାର ସମୟ ସୀମା ୩୦ ସେପ୍ଟେମ୍ବର ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ କୁ ବୃଦ୍ଧି କରିଛି। ଏହାସହ ଆୟକର ଅଧିନିୟମ ଅନୁଯାୟୀ ଜରିମାନା ପ୍ରକ୍ରିୟା ଶେଷ କରିବାର ଶେଷ ତାରିଖ ମଧ୍ୟ ସେପ୍ଟେମ୍ବର ୩୦, ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ, ବେନାମୀ ସମ୍ପତ୍ତି କାରବାର ନିବାରଣ ଅଧିନିୟମ, ୧୯୮୮ ଅନୁଯାୟୀ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment
India Pan-aadhaar-linking-deadline-extended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ