pakistani girl fell in love with a indian boy came jalandhar for marriage
ପ୍ରେମ ମାନେନି କୌଣସି ବାଧା ବିଘ୍ନ । ମାନେନି କୌଣସି ସୀମା ସରହଦ୍ । ଏକଥା କେବଳ କହିବା ପାଇଁ ନୁହେଁ ସତରେ ପ୍ରମାଣିତ ବି ହୋଇଛି । ପ୍ରେମ ପାଇଁ ଦରିଆ ପାର୍ କରି ନିଜ ପ୍ରେମିକ ପାଖକୁ ଆସିଲେ ଯୁବତୀ । ଜଣେ ଯୁବତୀ ନିଜ ପ୍ରେମିକକୁ ବିବାହ କରିବା ପାଇଁ ପାକିସ୍ତାନରୁ ଭାରତକୁ ଆସିଛନ୍ତି । ପଞ୍ଜାବ ଜଲନ୍ଧରର କମଲ କଲ୍ୟାଣଙ୍କ ସହ ବିବାହ କରିବା ପାଇଁ ସୋମାଲିଆ ପାକିସ୍ତାନ କରାଚୀରୁ ପରିବାର ସହ ଆସିଛନ୍ତି ।
ଗତ କିଛି ବର୍ଷ ଧରି ଫୋନ୍ରେ ଉଭୟଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ ଦୁଇ ପଟ ଘର ଲୋକେ ବିବାହ ପାଇଁ ରାଜି ହୋଇଥିଲେ । ଏପରିକି ଭାରତ ଆସି ବାହା ହେବାକୁ ବି କଥା ଦେଇଥିଲେ । ହେଲେ ସବୁ କିଛି ଠିକ୍ ଥିବା ବେଳେ ବାଧକ ସାଜିଥିଲା କରୋନା । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଯାଏଁ ଭାରତରୁ ପାକିସ୍ତାନ ଓ ପାକିସ୍ତାନରୁ ଭାରତ ଯାଆସ ହୋଇପାରିନଥିଲା । ହେଲେ ଏବେ ସବୁ କିଛି ଠିକ୍ ହେବା ପରେ ଭାରତକୁ ଆସିଛନ୍ତି ସୋମାଲିଆ ଓ ତାଙ୍କ ପରିବାର ।
ଏନେଇ ପାକିସ୍ତାନରୁ ବିବାହ ପାଇଁ ଆସିଥିବା ଯୁବତୀ ସୋମାଲିଆ କହିଛନ୍ତି ଯେ, ‘କରୋନା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଭଗବାନଙ୍କ ଦୟାରୁ ସବୁ କିଛି ଠିକ୍ ହୋଇଗଲା । ଏବେ ବିବାହ କଲି । ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657250982.jpg)