Pack of stray dogs maul child in Jaipur; video goes viral
ବୁଲା କୁକୁରଙ୍କ ଦୌରାତ୍ମ୍ୟ । ୬ ବର୍ଷର ଶିଶୁ ଖେଳୁଥିବା ବେଳେ ଝାମ୍ପିନେଲେ ପଞ୍ଝାଏ କୁକୁର । ରାଜସ୍ଥାନର ଜୟପୁରରୁ ସାମ୍ନାକୁ ଆସିଛି ଏହି ଘଟଣା । ଯାହାର ଛାତିଥରା ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ଶିଶୁଟି ଖେଳୁଥିବା ବେଳେ ହଠାତ୍ ଗୋଟିଏ କୁକୁର ମାଡି ଆସିଥିଲା । ଚାହୁଁ ଚାହଉଁ ନିକଟରେ ଥିବା ଆଉ କିଛି କୁକୁର ମଧ୍ୟ ମାଡି ଆସିଥିଲେ । ଶିଶୁଟି ଭୟଭୀତ ହୋଇ ଏକ କାର ପଛ ପଟକୁ ଚାଲି ଯାଇଥିଲା । ହେଲେ କୁକୁର ପଲ ଶିଶୁଟିକୁ ଛାଡି ନଥିଲେ । ଜୀବନ ବିକଳରେ ଶିଶୁଟି ଦଉଡୁଥିବା ବେଳେ କୁକୁରମାନେ ତାକୁ ଗୋଡାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆସିବା ପରେ କୁକୁର ପଲ ଶିଶୁଟିକୁ ଛାଡି ପଳେଇଥିଲେ । କୁକୁରଙ୍କ ଆକ୍ରମଣରେ ଶିଶୁଟି ଗୁରୁତର ହୋଇପଡିଛି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଦେଖନ୍ତୁ ସେହି ଛାତିଥରା ଦୃଶ୍ୟ :-
ଘଟଣାଟିର ପୁରା ଦୃଶ୍ୟ ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଯେଉଁଥିରେ କିପରି ଏକ ଶିଶୁକୁ କୁକୁର ପଲ ଏକାଠି ହୋଇ ଆକ୍ରମଣ କରୁଛନ୍ତି ତାହା ଦେଖିବାକୁ ମିଳିଛି । ତେବେ ସହରରେ ଦିନକୁ ଦିନ ବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଯାହା ଫଳରେ ସହରର ବୃଦ୍ଧ ତଥା ଛୋଟ ଶିଶୁମାନେ ଏହାର ଶିକାର ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653635371.jpg)