Advertisment

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ବିଧାନସଭାରେ ବିରୋଧ : ଫେରିଯାଅ ସ୍ଲୋଗାନ ଦେଲେ ବିରୋଧୀ ଦଳ

ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।

ଅଦ୍ୟତନ ହୋଇଛି
Andhra Pradesh

Andhra Pradesh

Advertisment

ଆନ୍ଧ୍ରପ୍ରଦେଶ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କୁ ବିରୋଧ । ଅଭିଭାଷଣ ଦେବା ପାଇଁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ବିଧାନସଭାରେ ପହଞ୍ଚିଥିଲେ । ଏଥିପୂର୍ବରୁ କାରୋନା କଟକଣା ଯୋଗୁଁ ରାଜ୍ୟପାଳ ଭିଡିଓ କନଫରେନ୍ସିଂ ଦ୍ଵାରା ନିଜର ଅଭିଭାଷଣ ଦେଉଥିଲେ । କିନ୍ତୁ ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।

Advertisment

ଏହାସହ ପ୍ରବଳ ହୋହାଲ୍ଲା କରିଥିଲେ । ତେବେ ଆନ୍ଧ୍ରପ୍ରଦେଶ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ହୋହାଲ୍ଲା ଓ ରାଜ୍ୟପାଳଙ୍କ କପିକୁ ଚିରିବା ଭଳି ବ୍ୟବହାରକୁ ନେଇ ବିରୋଧୀ ଦଳକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି ।

ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଭାଷଣ ଆରମ୍ଭ ହୋଇଥିଲା । ହେଲେ ଟିଡିପି ସଦସ୍ୟମାନେ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରିଥିଲେ । ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ଦେଇପାରୁ ନଥିବା ରାଜ୍ୟପାଳ ଫେରିଯିବା ଆବଶ୍ୟକ ବୋଲି ସ୍ଲୋଗାନ ଦେଇଥିଲେ । ରାଜ୍ୟପାଳଙ୍କ ଭାଷଣର କପି ଟିଡିପି ସଦସ୍ୟମାନେ ଚିରି ଦେଇଥିଲେ । ଏହି ଘଟଣା ପରେ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ତେବେ ଟିଡିପି ସଦସ୍ୟଙ୍କ ସ୍ଲୋଗାନ ମଧ୍ୟରେ ରାଜ୍ୟପାଳ ତାଙ୍କ ଭାଷଣ ଜାରି ରଖିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଟିଡିପି ବିଧାୟକଙ୍କ ଆଚରଣକୁ ନିନ୍ଦା କରିଛନ୍ତି ।

Advertisment

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀଙ୍କ ରିପୋର୍ଟ

Andhra Pradesh Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ