ଓକିଲଙ୍କ ପାଖକୁ ଯାଇଥିଲେ ତାରିଖ ବୁଝିବାକୁ, କିନ୍ତୁ ଖାଇଲେ ଛୁରାମାଡ଼

ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

Knife Attack In Court Premises

ହରିୟାଣା ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଯିଏ କି ଫତେହାବାଦ କୋର୍ଟ ପରିସରରେ ଅନ୍ୟ ଜଣଙ୍କୁ କରିଥିଲା ଆକ୍ରମଣ । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛି ପୋଲିସ । ଖାଲି ସେତିକି ନୁହେଁ ପୋଲିସ ଏହା ମଧ୍ୟ କହିଛି, ଯେଉଁ ବ୍ୟକ୍ତିକୁ ଗିରଫ କରାଯାଇଛି, ତା ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।

ସ୍ଥାନୀୟ ଡିସିପି ଜଗଦିଶ କାଜଲା କହିଛନ୍ତି, ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଯିଏ କି ଜଣ୍ଡୱାଲା ସୋଟାର ଗାଁର ମୂଳ ବାସିନ୍ଦା । ସେ ଗୋଟିଏ ସଙ୍ଗୀନ ଅପରାଧିକ ମାମଲାର ମୁକ ସାକ୍ଷୀ ଥିଲେ । ତେଣୁ ସେ କୋର୍ଟ ଆସିଥିଲେ । କୋର୍ଟରେ ଆଗାମୀ ତାରିଖ କେବେ ପଡ଼ିବ ସେନେଇ ବୁଝିବାକୁ ଓକିଲ ଚାମ୍ବରକୁ ଯାଇଥିଲେ ।

ସେଠାରେ ଅନ୍ୟ କିଛି ଲୋକଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା । ସେମାନଙ୍କ ନାଁ ସୋନୁ, ଲଖନ୍‌, ଭିରଦାନିଆ । ଏହି ତିନି ଜଣ ବବ୍‌ଲୁକୁ ସେଠାରେ ଆକ୍ରମଣ କରିଥିଲେ ।

ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।