Advertisment

ଡିପ୍ରେସନ୍‌ ପାଇଁ ଡେଥ୍‌ !

ପତ୍ନୀଙ୍କ ପାଦ ଛୁଇଁ କହିଲେ- ‘ମୋତେ କ୍ଷମା କରିଦେବ’..ଏହାପରେ କେହି କିଛି ବୁଝିବା ଆଗରୁ ୧୯ ମହଲାରୁ ଡେଇଁ ପଡ଼ିଲେ ୭୦ ବର୍ଷୀୟ ବୃଦ୍ଧ।

ଅଦ୍ୟତନ ହୋଇଛି
Old Man Commits Suicide By Jumping Dow From 19th Floor In Noida

Old Man Commits Suicide By Jumping Dow From 19th Floor In Noida

Advertisment

ଅସୁସ୍ଥ ପାଇଁ ଜୀବନ ହାରିଦେଲେ। ମରିବା ପୂର୍ବରୁ କିନ୍ତୁ ସ୍ୱାମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାକୁ ଭୁଲିନଥିଲେ। ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ହେଲେ ଘଟଣାଟି ପୂରା ସତ। ଦିଲ୍ଲୀର ନୋଏଡ଼ାରେ ଆଜି ସକାଳୁ ଯେଉଁ ଚାଂଚଲ୍ୟକର ଘଟଣା ଘଟିଛି ତାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। କାରଣ ଡିପ୍ରେସନ ପାଇଁ ଜଣଙ୍କ ଡ଼େଥ୍‌ ହୋଇଯିବ କେବେ କେହି ଚିନ୍ତା କରିନଥିଲେ। କିନ୍ତୁ ଏହା ଆଜି ବାସ୍ତବ ରୂପ ନେଇଛି।

Advertisment

ପତ୍ନୀଙ୍କ ପାଦ ଛୁଇଁ କହିଲେ- ‘ମୋତେ କ୍ଷମା କରିଦେବ’..ଏହାପରେ କେହି କିଛି ବୁଝିବା ଆଗରୁ ୧୯ ମହଲାରୁ ଡେଇଁ ପଡ଼ିଲେ ୭୦ ବର୍ଷୀୟ ବୃଦ୍ଧ। ଉତ୍ତରପ୍ରଦେଶ ନୋଏଡାରେ ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ୧୯ ମହଲାରୁ ଡେଇଁ ପଡ଼ିବା ପରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। 

ସୂଚନା ଅନୁସାରେ, ନୋଏଡା ସେକ୍ଟର ୧୩୭ର ସୁପରଟେକ୍‌ ଝକି ସିଟିରେ ୧୯ ମହଲାରୁ ଡେଇଁ ୭୦ ବର୍ଷୀୟ ରାଜକୁମାରଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବରୁ ସେ ପତ୍ନୀଙ୍କ ପାଦ ଛୁଇଁ କହିଥିଲେ- ‘ମୋତେ କ୍ଷମା କରିଦେବ’। ଏହାପରେ ୧୯ ମହଲାରୁ ଡେଇଁ ପଡ଼ିଥିଲେ। ଆଜି ସକାଳେ ରାଜକୁମାର ବାଲ୍‌କୋନିରେ ଷ୍ଟୁଲ୍‌ ପକାଇ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜକୁମାର ଅସୁସ୍ଥ ଥିଲେ ଓ ଏନେଇ ସେ ଡିପ୍ରେସନରେ ରହୁଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ୧୯ ମହଲାରୁ ଡେଇଁ ପଡ଼ିବା ଯୋଗୁ ମୃତଦେହରେ ଅନେକ କ୍ଷତ ଚିହ୍ନ ସୃଟି ହୋଇଛି। ରାଜକୁମାର ଇନ୍‌ସ୍ୟୁରାନ୍ସ କମ୍ପାନୀରେ ଏଜେଣ୍ଟ ଭାବେ କାମ କରୁଥିଲେ।  ଝକେ ସିଟି ସୋସାଇଟିରେ ଥିବା ଏକ ଫ୍ଳାଟ୍‌ରେ ୧୯ ମହଲାରେ ପତ୍ନୀଙ୍କ ସହ ସେ ରହୁଥିଲେ। 

ସୂଚନାଥାଉ କି, ଏପ୍ରିଲ ୨୧ରେ ବିହାରରେ ଜଣେ ବ୍ୟକ୍ତି ପଡ଼ୋଶୀଙ୍କ ସହ ଗଣ୍ଡଗୋଳକୁ ନେଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। 

Advertisment
Old Man Commits Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ