Now You Can Report About Vehicle Theft Without Going To Police Station
ଗାଡ଼ି ଚୋରି ଯାଇଛି କି ? FIR ରୁଜୁ ପାଇଁ ବାରମ୍ବାର ଥାନାକୁ ଦୌଡ଼ିବାକୁ ପଡ଼ୁଛି କି ? ତା’ହେଲେ ଆଉ ଚିନ୍ତା କରନ୍ତୁ ନାହିଁ। ଏଣିକି ଘରେ ବସି ଆପଣ FIR ରୁଜୁ କରିପାରିବେ। ହେଲେ ଏଥିପ୍ରତି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଯଦି କୌଣସି ମିଛ ଅଭିଯୋଗ କରନ୍ତି, ହୁଏତ ଆପଣଙ୍କ ଉପରେ ଏହା ଭାରି ପଡ଼ିପାରେ। ଏଥିପାଇଁ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ।
ଯଦି ଆପଣଙ୍କର ଦୁଇ ଚକିଆ ଯାନ କିମ୍ବା ଚାରି ଚକିଆ ଯାନ ଚୋରି ହୋଇଯାଇଛି, ତା’ହେଲେ FIR ରୁଜୁ ପାଇଁ ଆପଣଙ୍କୁ ଆଉ ପୋଲିସ୍ ଷ୍ଟେସନ ଯିବାକୁ ପଡ଼ିବ ନାହିଁ। ଏବେ ଘରେ ବସି ଆପଣ FIR ରୁଜୁ କରିପାରିବେ। କର୍ଣ୍ଣାଟକବାସୀଙ୍କ ପାଇଁ ଏହି ସୁବିଧା ଉପଲ୍ଲବ୍ଧ କରାଯାଇଛି। ସୋମବାର ଦିନ କର୍ଣ୍ଣାଟକ ପୋଲିସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଣିକି ରାଜ୍ୟବାସୀ ସେମାନଙ୍କର ଚୋରି ଗାଡ଼ି ସମ୍ବନ୍ଧରେ ସେମାନଙ୍କର ସିଟିଜେନ୍ ସେଣ୍ଟ୍ରିକ୍ ପୋର୍ଟାଲରେ e-FIR ଦେଇପାରିବେ।
କର୍ଣ୍ଣାଟକ ପୋଲିସ୍ ପକ୍ଷରୁ ଜାରି ଭିଡିଓ ଅନୁସାରେ, e-FIR ରୁଜୁ ପାଇଁ ଆପଣଙ୍କୁ ସିଟିଜେନ୍ ସେଣ୍ଟ୍ରିକ୍ ପୋର୍ଟାଲରେ ସାଇନ୍ ଅପ୍ କରିବାକୁ ପଡ଼ିବ। ଲଗ୍ ଇନ୍ ପରେ e-FIR କ୍ୟାଟେଗୋରୀ ଅଧୀନରେ ଥିବା ‘Vehicle Theft’ ଅପ୍ସନ୍ କ୍ଲିକ୍ କରିବେ। ଏହାପରେ ଏକ ନୂଆ ପେଜ୍ ଖୋଲିବ ଓ ଏଥିରେ ସବିଶେଷ ତଥ୍ୟ ଯଥା- ଭେଇକିଲ୍ ରେଜିଷ୍ଟ୍ରେସନ୍ ନମ୍ବର, କେଉଁ ସ୍ଥାନରୁ ଗାଡ଼ି ଚୋରି ହୋଇଛି ଇତ୍ୟାଦି ତଥ୍ୟ ଦିଅନ୍ତୁ। ଏହାପରେ ଅଭିଯୋଗର ଏକ କପିକୁ ଅପ୍ଲୋଡ୍ କରିବା ପରେ ପୋଲିସ୍ ବିଭାଗ ପକ୍ଷରୁ ଆପଣଙ୍କ ପାଖକୁ ଅଭିଯୋଗ ରେଜିଷ୍ଟ୍ରେସନ ନମ୍ବର ଆସିବ। ଆପଣ ୱେବ୍ସାଇଟ୍ରୁ e-FIR କପି ଡାଉନ୍ଲୋଡ୍ କରିପାରିବେ। ଏନେଇ କର୍ଣ୍ଣାଟକ ଡିଜିପି ସୋସିଆଲ୍ ମିଡିଆରେ ଭିଡିଓ ଶେୟାର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1667381539.jpg)