ଜନତାଙ୍କୁ ପିଆଜ ଦର ବୃଦ୍ଧିରୁ ମିଳିବ ମୁକ୍ତି ! ଆଗୁଆ ପ୍ରସ୍ତୁତି ଆରମ୍ଭ କଲେ ମୋଦି ସରକାର

ଆଉ ଅହେତୁକ ଭାବରେ ବୃଦ୍ଧି ପାଇବନି ପିଆଜ ଦର ।

ଆଉ ଅହେତୁକ ଭାବରେ ବୃଦ୍ଧି ପାଇବନି ପିଆଜ ଦର

ଜନତାଙ୍କୁ ପିଆଜ ଦର ବୃଦ୍ଧିରୁ ମିଳିବ ମୁକ୍ତି । ଷ୍ଟୋରେଜ୍‌ରେ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କଲା କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମହଙ୍ଗା ପିଆଜ ବୃଦ୍ଧି ଯୋଗୁଁ ହନ୍ତସନ୍ତ ଜନତାଙ୍କୁ ମୁକ୍ତି ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହା ସହିତ ପିଆଜର ସଂରକ୍ଷଣକୁ ବୃଦ୍ଧି କରିବାକୁ ଛାତ୍ର, ଗବେଷକ ଏବଂ ଷ୍ଟାର୍ଟଅପରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ।

୨.୫୦ ଲକ୍ଷ ଟନର ସଂରକ୍ଷଣ ଲକ୍ଷ୍ୟ

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୨୨-୨୩ ମସିହାରେ ପିଆଜ ଦରରୁ ଲୋକଙ୍କୁ ତ୍ରାହି ଦେବାକୁ କେନ୍ଦ୍ର ସରକାର ଆଗୁଆ ୨.୫୦ ଲକ୍ଷ ଟନର ପିଆଜ କ୍ରୟ କରି ସାରିଛନ୍ତି । ୨୦୨୧-୨୨ରେ ସଂରକ୍ଷିତ କରିଥିବା ପିଆଜ ଠାରୁ ଏଥର ଢ଼େର ଅଧିକ ସଂରକ୍ଷଣ କରାଯାଇଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟର କୃଷକମାନଙ୍କ ଠାରୁ ସିଧାସଳଖ ପିଆଜ କିଣିଛନ୍ତି ସରକର ।

ସ୍ଥିର ରହିବ ମୂଲ୍ୟ

ଭାରତରେ ରବି ଫସଲ ସମୟରେ ପିଆଜର ୬୫ ପ୍ରତିଶତ ଉତ୍ପାଦନ କରାଯାଏ । ଏଭଳି ସ୍ଥିତିରେ ସରକାର ବଡ଼ ସଂରକ୍ଷଣ ପାଇଁ କେବଳ ଏପ୍ରିଲ-ଜୁନ୍ ମଧ୍ୟରେ କ୍ରୟ କରିଛନ୍ତି । ଫଳରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଯେତେବେଳେ ବଜାରରେ ପିଆଜର ଉପଲବ୍ଧତା କମ୍ ହେବ, ସେତେବେଳେ ଏହାର ମୂଲ୍ୟ ବୃଦ୍ଧିରୁ ରୋକାଯାଇପାରିବ । ମୂଲ୍ୟ ସ୍ଥିର ରଖିବା ପାଇଁ ସରକାର ଆବଶ୍ୟକ ସମୟରେ ଏହି ଷ୍ଟକକୁ ବଜାରରେ ଛାଡ଼ନ୍ତି ।

ପିଆଜ ଧୀରେ ଧୀରେ ନଷ୍ଟ ହୋଇଯାଉଥିବା ପନିପରିବା । ଅମଳ ପରେ ପିଆଜର ଓଜନ କମିବା, ଶୁଖିବା ଓ ସଢ଼ିବାର ଅନେକ ସମ୍ଭାବନା ଥାଏ । କିନ୍ତୁ ବର୍ତ୍ତମାନ ସରକାର ଏହାର ଷ୍ଟୋରେଜ ପାଇଁ ନୂତନ ଟେକ୍ନୋଲୋଜି ସହିତ ସଂଯୋଗ କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଏହାର ସେଲ୍ଫ ଲାଇଫକୁ ଆହୁରି ବୃଦ୍ଧି କରାଯାଇପାରିବ ।

ଏଥିପାଇଁ ସରକାର ବର୍ତ୍ତମାନ ପିଆଜର ପ୍ରାରମ୍ଭିକ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳ ବିକାଶ ଉପରେ ଧ୍ୟାନ ଦେଉଛନ୍ତି ଏବଂ ଏଥିପାଇଁ ଏକ ଗ୍ରାଣ୍ଡ ଚ୍ୟାଲେଞ୍ଜ ଘୋଷଣା କରିଛନ୍ତି । ଏହି ଚ୍ୟାଲେଞ୍ଜରେ ସ୍ନାତକ, ସ୍ନାତକୋତ୍ତର ଏବଂ ଡିପ୍ଲୋମା ଧାରକ ଛାତ୍ର ଷ୍ଟାର୍ଟଅପ୍ କମ୍ପାନୀଗୁଡିକ ଯୋଗ ଦେଇପାରିବେ ।