Astrospeak
  • Live TV
  • Read In English

ଏସିଆର ସବୁଠାରୁ ଲମ୍ବା ଟନେଲ୍ ଜୋଜିଲା : ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି

 Zojila tunnel
Zojila tunnel

News Summary

ଉନ୍ନତ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଜୋଜିଲା ଟନେଲ୍

୧୩.୨ କିମି ଲମ୍ବା ଜୋଜିଲା ଟନେଲ୍

ସେନାର ପରିବହନ, ଗମନାଗମନ ପାଇଁ ସମୟ କମିବ

ସମୁଦ୍ରପତନରୁ ୮.୫ ହଜାର ଫୁଟ୍ ଉଚ୍ଚରେ ଜୋଜିଲା ଟନେଲ୍

ନୂଆଦିଲ୍ଲୀ : ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ଶୀତ ଦିନେ ଭୀଷଣ ତୁଷାରପାତ ଯୋଗୁଁ ଲଦାଖକୁ ଯୋଗାଯୋଗ ବିଚ୍ଛିନ୍ନ ହୁଏ । ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ ଯାଏଁ ବରଫପାତ ଯୋଗୁଁ ଏହି ରୁଟରେ ଯାତାୟନ ଏକରକମ ଠପ୍ ହୋଇପଡ଼େ ।

ତେବେ ଜୋଜିଲା ପାସ୍ ଦ୍ୱାରା ବର୍ଷ ସାରା ଦେଶର ବିଭିନ୍ନ ପ୍ରାନ୍ତ ସହ ଲଦାଖକୁ ସଂଯୋଗ ହେଇପାରିବ । ଏନ୍ଏଚ୍-୧ ଜମ୍ମୁ ଓ କଶ୍ମୀର ସୋନମାର୍ଗରୁ ବାହାରି ଲଦାଖରୁ ମିନମାର୍ଗକୁ ସଂଯୋଗ କରିଛି । ଏହି ମଧ୍ୟରେ ୧୩.୨ କିଲୋମିଟର ଲମ୍ବର ରହିଛି ଜୋଜିଲା ଟନେଲ୍ । ସମୁଦ୍ର ପତନରୁ ୮ ହଜାର ୫ ଶହ ଫୁଟ୍ ଉଚ୍ଚରେ ରହିଛି ଜୋଜିଲା ପାସ୍ । ଜାତୀୟ ସୁରକ୍ଷା ପାଇଁ ବେଶ ଗୁରୁତ୍ୱ ବହନ କରୁଛି ଜୋଜିଲା । ସେନାର ପରିବହନ, ଗମନାଗମନ ତା’ସହ ଲଦାଖ ସହ କାଶ୍ମୀରକୁ ଯୋଡ଼ିବା ପାଇଁ ଏକ ବଡ଼ ପଦକ୍ଷେପ । ଏହାସହ ଚୀନ ଓ ପାକିସ୍ତାନ ସୀମାର ବେଶ ନିକଟତର ରହିଛି ଜୋଜିଲା ଟନେଲ୍ ।

ତେବେ ପ୍ରକଳ୍ପ ପରିଦର୍ଶନ ବେଳେ ନୀତିନ ଗଡ଼କରୀ କହିଛନ୍ତି,ଆସନ୍ତା ବର୍ଷ ସୁଦ୍ଧା ଏସିଆର ଦୀର୍ଘତମ ଟନେଲର ଉଦଘାଟନ ହେବ । ଟନେଲ୍ କାମ ଶେଷ ହେବା ପରେ ଶୀତଦିନେ ପ୍ରବଳ ତୁଷାରପାତ ଯୋଗୁଁ ଶ୍ରୀନଗର-ଲେହ-ଲଦାଖ ରାଜପଥ ବନ୍ଦ ରହିବ ନାହିଁ ଏବଂ ଲଦାଖକୁ ଯିବା ସହଜ ହେବ ।