Advertisment

ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା କେସ୍‌: ୨ ଲକ୍ଷ ICU ବେଡ଼୍‌ ରଖିବାକୁ ପରାମର୍ଶ

ଟେନ୍‌ସନ୍‌ ଦେଉଛି କରୋନା। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ସ୍ଥିର ରହୁଛି ସତ କିନ୍ତୁ ସଂକ୍ରମଣକୁ ନେଇ ନୀତି ଆୟୋଗ ଯେଉଁ ତଥ୍ୟ ଦେଇଛି ତାହାକୁ ନେଇ ପୁଣି ଏବେ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଯେଉଁ ସଂକ୍ରମଣ ହେବ ଅର୍ଥାତ୍‌ ଯଦି କରୋନାରେ ୧୦୦ ଜଣ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ମେଡ଼ିକାଲରେ ଭର୍ତ୍ତି ହେବେ

ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା କେସ୍‌: ୨ ଲକ୍ଷ ICU ବେଡ଼୍‌ ରଖିବାକୁ ପରାମର୍ଶ

covid19

Advertisment

ନୂଆଦିଲ୍ଲୀ: ଟେନ୍‌ସନ୍‌ ଦେଉଛି କରୋନା। ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ସ୍ଥିର ରହୁଛି ସତ କିନ୍ତୁ ସଂକ୍ରମଣକୁ ନେଇ ନୀତି ଆୟୋଗ ଯେଉଁ ତଥ୍ୟ ଦେଇଛି ତାହାକୁ ନେଇ ପୁଣି ଏବେ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଯେଉଁ ସଂକ୍ରମଣ ହେବ ଅର୍ଥାତ୍‌ ଯଦି କରୋନାରେ ୧୦୦ ଜଣ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ମେଡ଼ିକାଲରେ ଭର୍ତ୍ତି ହେବେ । ଆଉ ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଲୋକ ଅର୍ଥାତ୍‌ ମାତ୍ର ୫ ଜଣ ଗୁରୁତର ଆହତ ହୋଇପାରନ୍ତି। କିନ୍ତୁ ସଠିକ୍‌ କଟକଣାରେ ରହିଲେ ମହମାରୀର ଆକ୍ରାନ୍ତଙ୍କ ସଂଖ୍ୟା କମିପାରିବ।

Advertisment

ଗୋଟିଏ ପଟେ ଦେଶରେ ଏବେ ବି କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି। ଆଉ ଏହି ସମୟରେ ତୃତୀୟ ଲହରକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, କରୋନାର ଦ୍ୱିତୀୟ ଲହରକୁ ନେଇ ଗତ ସେପ୍ଟେମ୍ବରରେ ନୀତି ଆୟୋଗ ପକ୍ଷରୁ ଆକଳନ କରାଯାଇଥିଲା କିନ୍ତୁ ପ୍ରକୃତରେ ତାହାଠାରୁ ଢେର୍‌ ଅଧିକ ସଂକ୍ରମଣ ହେଲା। ସେହି ସମୟରେ ଆୟୋଗ କହିଥିଲା, ଦ୍ୱିତୀୟ ଲହରରେ ୨୦ ପ୍ରତିଶତ ରୋଗୀ ଗୁରୁତର ଆହତ ହେବେ କିନ୍ତୁ ପ୍ରକୃତରେ ପାଖାପାଖି ୬୦ ରୁ ୭୦ ପ୍ରତିଶତ ରୋଗୀ ମେଡ଼ିକାଲରେ ଭର୍ତି ହୋଇଥିଲେ ଏହାସହ ଅନେକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଥିଲା ଯାହାକୁ ନେଇ ଚିନ୍ତା ବଢିଥିଲା। ତେଣୁ ଆୟୋଗର ଆକଳନ କେତେ ଦୂର ସଠିକ୍‌ ପ୍ରମାଣିତ ହେଉଛି ତାହା ସମୟ କହିବ।

Advertisment

ରିପୋର୍ଟରେ କୁହାଯାଇଛି ଯେ, ଜୁନ୍‌ ମାସରେ ଦେଶରେ କରୋନା ପିକ୍‌ରେ ଥିଲା। ଆଉ ସେହି ସମୟରେ ସକ୍ରିୟ ମାମଲା ପାଖାପାଖି ୧୮ ଲକ୍ଷ ଥିଲା। ସର୍ବାଧିକ ୨୧ ପ୍ରତିଶତ ଲୋକ ଗୁରୁତର ଆହତ ହୋଇଥିବା ବେଳେ ୨.୨ ପ୍ରତିଶତ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଏବଂ ୧୦ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ରହିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, NITI ଆୟୋଗ କହିଛନ୍ତି ଯେ ପୂର୍ବ ଅପେକ୍ଷା ଆମେ ଆହୁରି ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ଉଚିତ୍ | ଗୋଟିଏ ଦିନରେ ୪ ରୁ ୫ ଲକ୍ଷ କରୋନା ମାମଲା ବି ଆସିପାରେ । ଏହା ସହିତ ଆସନ୍ତା ମାସ ସୁଦ୍ଧା ଦୁଇ ଲକ୍ଷ ଆଇସିୟୁ ଶଯ୍ୟା ପ୍ରସ୍ତୁତ ହେବା ଉଚିତ ବୋଲି ଆୟୋଗ କହିଛି। ସେଥିମଧ୍ୟରୁ ଭେଣ୍ଟିଲେଟର ସହିତ ୧.୨ ଲକ୍ଷ ଆଇସିୟୁ ବେଡ୍ ରହିବା ଆବଶ୍ୟକ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ତେବେ ଦେଖିବାକୁ ବାକି ରହିଲା ଦେଶରେ ତୃତୀୟ ଲହର କେତେ ଜଣଙ୍କୁ ସଂକ୍ରମଣ କରୁଛି।

Advertisment
COVID19 India NITI Aayog Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ